www.samajalive.in
Saturday, December 6, 2025
16.1 C
Bhubaneswar

ଦେଶରେ ଗୋଟିଏ ଦିନରେ କରୋନା ନେଲା ୫୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତରେ ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ଜୀବନ ନେଇଛି। ଏହାର ଦ୍ୱିତୀୟ ଲହର ବ୍ୟାପିବା ଦିନଠାରୁ ଇତିମଧ୍ୟରେ ଦେଶରେ ୨୪୪ ଜଣ ଡାକ୍ତରଙ୍କର ଏଥିରେ ମୃତ୍ୟୁ ଘଟିସାରିଲାଣି। ଗତବର୍ଷ ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ମୋଟ ୭୩୬ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା। ଫଳରେ କୋଭିଡ-୧୯ ଦେଶର ପ୍ରାୟ ଏକ ହଜାର ଡାକ୍ତରଙ୍କ ମୃତ୍ୟୁର କାରଣ ହୋଇସାରିଛି। କୋଭିଡରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରେ ରହିଛନ୍ତି ସର୍ବକନିଷ୍ଠ ଜଣେ ରେସିଡେଣ୍ଟ ଡାକ୍ତର ଆନାସ ମୁଜାହିଦ୍‍। ସେ ଦିଲ୍ଲୀର ଗୁରୁ ତେଗ୍‍ ବାହାଦୁର ହସପିଟାଲରେ କାର୍ଯ୍ୟରତ ଥିଲେ। ଏହା କୋଭିଡ ଆକ୍ରାନ୍ତଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଡାକ୍ତରଖାନା। କୋଭିଡର ଦ୍ୱିତୀୟ ଲହରରେ ୨୬ ବର୍ଷ ବୟସ୍କ ମୁଜାହିଦ୍‍ ରୋଗୀଙ୍କ ସେବା କରି ନିଜେ କରୋନାରେ ପ୍ରାଣ ହରାଇଛନ୍ତି। ଗତ ରବିବାର କେବଳ ଗୋଟିଏ ଦିନରେ ଦେଶର ବିିଭିନ୍ନ ଭାଗରେ ୫୦ ଜଣ ଡାକ୍ତରଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ କୁହାଯାଇଛି। ତେବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ସଂଘ କହିଛି। ଏକ ବିବୃତିରେ କୁହାଯାଇଛି, ସଂଘର ସଦସ୍ୟ ଥିବା ପ୍ରାୟ ୩.୫ ଲକ୍ଷ ଡାକ୍ତରଙ୍କ ଖବର ଏହା ନିକଟରେ ଥିବାବେଳେ ଦେଶରେ ୧୨ ଲକ୍ଷରୁ ଅଧିକ ଡାକ୍ତର ରହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories