www.samajalive.in
Friday, December 5, 2025
20.1 C
Bhubaneswar

ଟିକା ଉପରୁ ପାଟେଣ୍ଟ ଛାଡ ପ୍ରସ୍ତାବକୁ ଚୀନର ସମର୍ଥନ

ବେଜିଂ: ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ ସମର୍ଥନ ଜଣାଇଛି। ଦୁଇ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଗତବର୍ଷ ଅକ୍ଟୋବରରେ ଏହି ପ୍ରସ୍ତାବ ରଖିଥିଲେ। ଚୀନ କହିଛି, କୋଭିଡ ଟିକାର ବାଣିଜ୍ୟ ସମ୍ପର୍କିତ ଟିଆରଆଇପିଏସ୍‍ ସାମୟିକ ଭାବେ ଛାଡ କରାଯିବା ପ୍ରସ୍ତାବ ସପକ୍ଷରେ ଏହା ରହିଛି। ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢେଇରେ ବିକାଶଶୀଳ ରାଷ୍ଟ୍ରଗୁଡିକ ପାଇଁ ଉପଯୋଗୀ ବିବେଚିତ ସମସ୍ତ କାର୍ଯ୍ୟକ୍ରମକୁ ବେଜିଂ ସମର୍ଥନ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଛି। ଏପରିକି ଭାରତ ଓ ଦକ୍ଷିଣ ଆଫ୍ରିକାର ଏହି ପ୍ରସ୍ତାବକୁ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘରୁ ମଧ୍ୟ ସମର୍ଥନ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ନାଗୋଜି ଓକୋଞ୍ଜୋ-ଇୱେଲା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଏ ସମ୍ପର୍କରେ ଆବଶ୍ୟକ ତଥ୍ୟ ଶୀଘ୍ର ଉପସ୍ଥାପନ ଏବଂ ତାହା ଉପରେ ଆଲୋଚନା କରିବାକୁ ନିବେଦନ କରିଥିଲେ। ଏହାଦ୍ୱାରା ଟିକାର ପ୍ରଯୁକ୍ତିକୁ ସୁରକ୍ଷା ପ୍ରଦାନ କରୁଥିବା ବାଣିଜ୍ୟ ନିୟମଗୁଡିକୁ ସାମୟିକ ଭାବେ କୋହଳ କରାଯାଇପାରିବ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories