www.samajalive.in
Monday, December 15, 2025
14.1 C
Bhubaneswar

୨୯ରୁ ଷ୍ଟେଟ ଓପନ୍‍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା

କଟକ : ଚଳିତ ବର୍ଷର ଦ୍ୱିତୀୟ ଷ୍ଟେଟ୍‍ ଓପନ୍‍ ସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ଅଗଷ୍ଟ ୨୯ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଆଡ୍‍ମିଟ୍‍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର www.bseodisha.ac.inରେ ସୋମବାରଠାରୁ ଉପଲବ୍ଧ କରାଯାଇଛି। ଷ୍ଟଡି ସେଣ୍ଟରଗୁଡ଼ିକର ମୁଖ୍ୟମାନେ ଆଡ୍‍ମିଟ୍‍ କାର୍ଡ ୱେବସାଇଟ୍‍ରୁ ଡାଉନ୍‍ଲୋଡ୍‍ କରିବା ପରେ ଦସ୍ତଖତ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିବେ। ଏହାବାଦ୍‍ ଅନ୍ୟ କୌଣସି ମୁଦ୍ରିତ ଆଡ୍‍ମିଟ୍‍ କାର୍ଡ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯିବ ନାହିଁ। ଚଳିତ ପରୀକ୍ଷା ପାଇଁ ୧୪୦୬୧ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ସମଗ୍ର ରାଜ୍ୟରେ ମୋଟ ୬୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଚିତ୍ରାଙ୍କନ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀ କେବଳ ପ୍ରଶ୍ନୋତ୍ତର ପତ୍ର ଜରିଆରେ ପରୀକ୍ଷା ଦେବେ। ମଲଟିପ୍‍ଲ ଚଏସ୍‍ ପ୍ରଶ୍ନ ପାଇଁ କୌଣସି ଓଏମ୍‍ଆର୍‍ ସିଟ୍‍ ପ୍ରଦାନ କରାଯିବ ନାହିଁ। ପରୀକ୍ଷା ଉପସ୍ଥାନ ଫର୍ଦ ୨୫ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇ ଦିଆଯିବ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories