www.samajalive.in
Tuesday, December 9, 2025
26.1 C
Bhubaneswar

ଚୋରା ବେପାରୀଙ୍କ ପାଇଁ ଲକଡ଼ାଉନ ପୁଷମାସ, ଦୁଇଗୁଣା ଦରରେ ବିକ୍ରି ହେଉଛି ଦୁଇ ନମ୍ବର ମଦ

ବେଗୁନିଆ: ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଦେଶରେ କାୟା ବିସ୍ତାର କରି ଚାଲିଥିବାବେଳେ ଲକଡାଉନ ଏବଂ ସଟଡାଉନ ଚୋରା ମଦ ବେପାରୀ ଏବଂ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କ ପାଇଁ ପୁଷମାସ ପାଲଟିଛି । ଖୁଲମଖୁଲା ମଦ ଦୁଇଗୁଣା ଦାମରେ ବିକ୍ରି ଚାଲିଛି । ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏଥିପାଇଁ ଅଙ୍କୁଶ ନ ଲାଗିବା ପଛରେ କଣ ଉଦେଶ୍ୟ ରହିଛି ତାହା ଜନସାଧାରଣ ବୁଝି ପାରୁନାହାନ୍ତି । ମୋବାଇଲ ଫୋନରେ ଯୋଗାଯୋଗ କଲେ ବେପାରୀମାନେ ବାଇକ ଧରି ସଂଗେ ସଂଗେ ହୋମ ଡେଲିଭରି ଦେଉଛନ୍ତି। ଲାଇସେନ୍ସପ୍ରାପ୍ତ ମଦ ଦୋକାନ ନିକଟରେ ମଧ୍ୟ ଦୁଇଗୁଣା ଦରରେ ମଦ ବିକ୍ରି ହେଉଛି । ବେଗୁନିଆ ବ୍ଲକରେ ବେଧଡକ ଚାଲିଛି ଦେଶୀ ଏବଂ ବିଦେଶୀ ମଦ ବେପାର । ବର୍ତମାନ ମହାମାରୀ କରୋନା ଦ୍ୱିତୀୟ ଲହରରେ ବଳବତ୍ତର ରହିଛି । ହେଲେ ଏହି ସମୟରେ ବେଗୁନିଆ ବ୍ଲକର ଗାଁ ଗାଁରେ ଚାଲିଛି ବେଆଇନ ମଦ ବ୍ୟବସାୟ । ଏହାର ପ୍ରଭାବ ସିଧାସଳଖ ନିରୀହ ଗରୀବ ଖଟିଖିଆ ଲୋକଙ୍କ ଉପରେ ପଡୁଛି ।

ମଦ ନିଶା ସେବନ କରି ଅର୍ଥ ହାନି ହେବା ସଂଗେ ସଂଗେ ପରିବେଶ ମଧ୍ୟ ଖରାପ ହେଉଛି । ଖାଲି ଏତିକି ନୁହେଁ ମଦୁଆମାନଙ୍କ ଯୋଗୁଁ ଗୋଷ୍ଠୀ ସଂକ୍ରମଣ ଭୟ ଥିବା ଅନୁମାନ କରାଯାଉଛି। ବେଗୁନିଆ ବ୍ଲକରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ସରକାର ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ସିଲ କରିନଥିବାବେଳେ ସରକାରୀ ନିର୍ଦେଶରେ ଦୋକାନ ବନ୍ଦ ରହିଛି । କିନ୍ତୁ ଦୋକାନ ଖାଉଟି ମାନଙ୍କ ପାଇଁ ବନ୍ଦ ଥିବାବେଳେ ବେପାରୀମାନଙ୍କ ପାଇଁ ସବୁ ସମୟ ଖୋଲା ରହିଛି । ବେପାରୀମାନେ ଚଢା ଦରରେ କିଣି ତାକୁ ନେଇ ଗାଁ ଗାଁ ରେ ଦୁଇଗୁଣା ଦାମରେ ବିକ୍ରି କରୁଛନ୍ତି । ଏତଦ୍ ବ୍ୟତୀତ ବହୁ ଜାଗାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଏଠାରେ ବିକ୍ରି ହେଉଥିବାବେଳେ ବାହାରକୁ ମଧ୍ୟ ଚାଲାଣ ହେଉଛି । ଅଧିକ ଦାମ ଯୋଗୁଁ କେତେକ ଲୋକ ବିଦେଶୀ ମଦ ପରିବର୍ତେ ଶସ୍ତାରେ ଚାଲିଥିବା ଦେଶୀ ମଦ ଉପରେ ନିର୍ଭର କରୁଛନ୍ତି । ଗାଁ ଗାଁରେ ଚୋରା ଦେଶୀ, ବିଦେଶୀ ଏବଂ ପାଉଚ ମଦର ବନ୍ୟା ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ସମୟରେ ଅବକାରୀ ବିଭାଗ ହେଉ କିମ୍ବା ପୋଲିସ କୌଣସି ସ୍ଥାନରେ ଚଢ଼ାଉ ନକରିବା ପଛରେ କଣ ରହସ୍ୟ ରହିଛି ତାହା ଜନସାଧାରଣ ଜାଣିବାରୁ ବଂଚିତ ହେଉଛନ୍ତି । ସରକାର ମଧ୍ୟ ମଦରୁ ବିପୁଳ ରାଜସ୍ୱ ପାଉଥିବା ଯୋଗୁଁ ମଦ ବିକ୍ରିକୁ ପ୍ରୋତ୍ସକ୍ଷହନ ଦେଉଥିବା ଓ ଲକଡାଉନ ,ସଟଡାଉନ ରେ ମଦ ହୋମ ଡେଲିଭରି ଦେବାପାଇଁ ଚିନ୍ତା କରୁଥିବାର ଜଣାପଡିଛି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories