www.samajalive.in
Saturday, December 6, 2025
26.1 C
Bhubaneswar

ଅମ୍ଳଜାନ ସାନ୍ଦ୍ରକ ଦାନକଲେ ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ ଶିଖର ଧାୱନ ପୁଣିଥରେ କୋଭିଡ୍‍ ମହମାରୀରେ ସଂକ୍ରମିତ ଭାରତୀୟଙ୍କ ସହାୟତା ଲାଗି ଆଗେଇ ଆସିଛନ୍ତି। ଧାୱନ ଶନିବାର ଗୁରୁଗ୍ରାମର ପୁଲିସ୍‍କୁ ଅମ୍ଳଜାନ ସାନ୍ଦ୍ରକ ଦାନ କରିଛନ୍ତି। ଯେଉଁଠାରେ ଏହି ଅମ୍ଳଜାନ ସାନ୍ଦ୍ରକ ଆବଶ୍ୟକ; ସେଠାରେ ପୁଲିସ ଏହି ସାନ୍ଦ୍ରକ ପ୍ରଦାନ କରିବେ। ଏଥିପାଇଁ ଗୁରୁଗ୍ରାମ ପୁଲିସ ଧାୱନଙ୍କୁ ଧନ୍ୟବାଦ ଜଣାଇଛି। ଗୁରୁଗ୍ରାମ ସହରରେ କେବଳ ଏବେ ଦୈନିକ ୨ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଅଦ୍ୟାବଧି ଗୁରୁଗ୍ରାମ୍‍ରେ ୬୫୩ ଜଣ ପ୍ରାଣ ହରାଇ ସାରିଛନ୍ତି। ୩ୟ ଥର ପାଇଁ ଦିଲ୍ଲୀର ଶିଖର ଧାୱନ୍‍ କୋଭିଡ୍‍ ଲଢ଼େଇ ପାଇଁ ଦାନ କରିଛନ୍ତି।

ପ୍ରଥମେ ସେ ୨୦ ଲକ୍ଷ ଟଙ୍କା ଦାନ କରିଥିଲେ। ପରେ ଧାୱନ ଆଇପିଏଲ୍‍ରୁ ଜିତିଥିବା ସମସ୍ତ ପୁରସ୍କାର ରାଶି କୋଭିଡ୍‍ ଲଢ଼େଇ ପାଇଁ ଦାନ କରିଥିଲେ। ଏହି ଅଳ୍ପ କିଛି ଦାନକରି ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି ବୋଲି ଧାୱନ୍‍ କହିଛନ୍ତି। ଏହାସହ ଅନ୍ୟମାନେ ମଧ୍ୟ ସାରାଦେଶରେ କରୋନା ସଂକ୍ରମିତଙ୍କ ସାହାଯ୍ୟ ଲାଗି ଆଗେଇ ଆସିବାକୁ ଧାୱନ ଆହ୍ୱାନ କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‍ ସ୍ଥଗିତ ରହିବା ବେଳକୁ ଶିଖର ଧାୱନ୍‍ ସର୍ବାଧିକ ରନ୍‍ ସ୍କୋର୍‍କରି ନାରଙ୍ଗୀ ଟୋପିର ଅଧିକାରୀ ଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories