www.samajalive.in
Sunday, December 7, 2025
26.1 C
Bhubaneswar

ରଥ କାଠ ଅନୁକୂଳ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମଲିପଶିରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଅନୁକୂଳ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ପୂଜାର୍ଚ୍ଚନା ପରେ ପୂଜକ କୁଳମଣୀ ଷଡ଼ଙ୍ଗୀ ଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ମା’ ବାସୁଳି ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ରଥ କାଠ ନିର୍ମିତ ମହାରଣା ସେବାୟତମାନେ ରଥ କାଠ ଅନୁକୂଳ କରିଛନ୍ତି। କାର୍ଯ୍ୟକ୍ରମରେ ଭାସ୍କର ଦାସ, ନିରାକାର ଦାସ, ବାବୁ ଦାସ, ଦୁର୍ଯ୍ୟୋଧନ ମହାନ୍ତ, ବିରଞ୍ଚି ନାଏକ, ରାମ ନାଏକ, ରକ୍ଷାକର ବେଜ, ସୁରେଶ ଚନ୍ଦ୍ର ନାଏକ, ନିରାକାର ରଣା, ଗଣନାଥ ରଣା, ଚନ୍ଦ୍ରମଣି ନାଏକ, ନିରାକାର ନାଏକ, ନେତ୍ରମଣି ନାଏକ, ସନୁ ନାଏକ, ମହେନ୍ଦ୍ର ମହାନ୍ତ ଓ ରତ୍ନାକର ରଣା ପ୍ରମୁଖ ସାମିଲ ଥିଲେ ବୋଲି କମିଟି ପକ୍ଷରୁ ପାର୍ଥ ସାରଥୀ ବେଜ୍ ସୂଚନା ଦେଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରସିଦ୍ଧ ଦଧିବାମନଜୀଉ ଠାକୁର ରଥ କାଠ ଅନୁକୂଳ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯଥା ରିତିନୀତି ଅନୁଯାୟୀ ସମ୍ପୂର୍ଣ ହୋଇଯାଇଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହେବାର ବିଧି ରହିଥିବା ବେଳେ ରାଜନଗର ଦଧିବାହନ ଜିଉ ଠାକୁରଙ୍କର ମଧ୍ୟ ରଥ ନିର୍ମାଣ ପାଇଁ ପୂଜାର୍ଚ୍ଚନା କରାଯାଇଛି। ମୁଖ୍ୟ ପୂଜକ ସତ୍ୟାନନ୍ଦ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ, ଗୋପୀନାଥ ପଣ୍ଡା ପରମ୍ପରା ଅନୁଯାୟୀ ଯଥା ରିତିନୀତିରେ ପୂଜାର୍ଚ୍ଚନା କରିଥିବା ବେଳେ ସେବାୟତମାନେ କରୋନା କଟକଣାକୁ ମାନି ବଡ଼ଦାଣ୍ଡରେ ରଥକାଠକୁ ପହଞ୍ଚାଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories