www.samajalive.in
Saturday, December 6, 2025
15.1 C
Bhubaneswar

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମା ପଂଚାୟତ ତୁରୁଞ୍ଜିଆ ଗୁଡା ବଙ୍ଗମୁଣ୍ଡା ଜଙ୍ଗଲରୁ ଆଜି ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ଗାଦବାକତରା ପଂଚାୟତର ରଙ୍ଗମାତିଗୁଡା ଗ୍ରାମର ଲିମୋଦର ମୁଦୁଲି (୩୫ ) ଗତକାଲି ଘରୁ ବାହାରି ଚାଲି ଚାଲି ଶଶୁର ଘର ଗ୍ରାମକୁ ଯାଇଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଗ୍ରାମବାସୀ ଦେଖି ପୋଲିସକୁ ଜଣାଇଥିଲେ। ପରେ ପରିବାର ଲୋକ ଏନେଇ ପତ୍ରପୁଟ ଥାନାରେ ଜଣେଇବା ପରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ଏପଟେ ମୃତକଙ୍କ ପରିବାର  କହିବା ଅନୁଯାଇ ଲିମୋଧର କିଛିଦିନ ହେବ ମସ୍ତିଷ୍କ ବିକୃତ ହୋଇଥିବା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories