www.samajalive.in
Monday, December 15, 2025
16.1 C
Bhubaneswar

କର୍ଣ୍ଣାଟକରେ ବର୍ଷା ବିତ୍ପାତ ; ଉଦ୍ଧାର କାର୍ଯ୍ୟରେ ସେନାବାହିନୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଛି । ତେବେ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଅଧିକ କ୍ଷତିଗ୍ରସ୍ତ କୁଡାଗୁ ଜିଲ୍ଲାରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧାକାଳୀନ ଭିତ୍ତିରେ ଆଗେଇ ଚାଲିଛି । ବର୍ଷା, ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ୧୨ ବୋଲି କୁହାଯାଉଛି। ସୋମବାର ସୁଦ୍ଧା ୩୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ରିଲିଫ ଶିବିରରେ ରଖାଯାଇଛି। ଭାରତୀୟ ସେନାବାହିନୀର ଡୋଗ୍ରା ରେଜିମେଣ୍ଟ ଓ କର୍ଣ୍ଣାଟକ ପାରାମିଲିଟାରି ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରି କୁଡାଗୁ ଜିଲ୍ଲାର ସୋମୁଆର୍‍ପେଟ୍‍ଠାରେ ଅଟକି ରହିଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେଇଛନ୍ତି।

- Advertisement -

ରାଜ୍ୟ ରାଜସ୍ୱମନ୍ତ୍ରୀ ଆର୍‍.ଭି. ଦେଶପାଣ୍ଡେ ଓ ସହରାଞ୍ଚଳ ବିକାଶ ଏବଂ ଗୃହନିର୍ମାଣ ମନ୍ତ୍ରୀ ୟୁ.ଟି. ଖଦଡ଼ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଯୋଡୁପାଲା ଗସ୍ତ କରିଛନ୍ତି। ସେଠାରେ ଭୂସ୍ଖଳନ ଯୋଗୁଁ ବହୁମାତ୍ରାରେ ଧନସମ୍ପତ୍ତି ନଷ୍ଟ ହୋଇଛି। ଉଭୟ ମନ୍ତ୍ରୀ ରିଲିଫ୍‍ ଶିବିର ଗସ୍ତ କରି ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ଗୃହ ନିର୍ମାଣ ପାଇଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବାକୁ ରାଜସ୍ୱମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, କୁଡାଗୁ ପାଇଁ ୧୦୦ କୋଟି ଟଙ୍କା ଓ ଦକ୍ଷିଣ କନ୍ନଡ ଜିଲ୍ଲାଗୁଡ଼ିକ ପାଇଁ ୫୦ କୋଟି ଟଙ୍କା ରିଲିଫ୍‍ ଓ ଉଦ୍ଧାରକାର୍ଯ୍ୟ ନିମନ୍ତେ ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କୁଡାଗୁ ଓ ଦକ୍ଷିଣ କନ୍ନଡ ସୀମାବର୍ତ୍ତୀ ସମ୍ବାଜି ଗ୍ରାମ ଗସ୍ତ କରିଛନ୍ତି। ସେ କହିଛନ୍ତି, ବର୍ଷା ଯୋଗୁଁ ଯୋଡ଼ୁପାଲାର ସର୍ବାଧିକ କ୍ଷତି ଘଟିଛି । ସେଠାରେ ପ୍ରାୟ ୨୦୦ ବାସଗୃହ ନଷ୍ଟ ହୋଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories