www.samajalive.in
Sunday, December 14, 2025
26.1 C
Bhubaneswar

୬୫ ବର୍ଷ ପରେ ମା’-ପୁଅଙ୍କ ମିଳନ

ସିଓଲ : ଉତ୍ତର ଓ ଦକ୍ଷିଣ କୋରିଆ ବିଭାଜନ ବେଳେ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିବା ଏକ ପରିବାରର ଦୀର୍ଘ ୬୫ ବର୍ଷ ପରେ ସୋମବାର ମିଳନ ହୋଇଛି। ଏହି କ୍ରମରେ ୯୨ ବର୍ଷର ମା’ ନିଜ ୭୨ବର୍ଷିର ପୁଅ, ବୋହୂ ଏବଂ ନାତୁଣୀକୁ ଭେଟିଛି। ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବାର ମିଳନ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ୯୨ ବର୍ଷର ମା’ ନିଜ ୭୨ ବର୍ଷର ପୁଅ କୁଣ୍ଢାଇ କାନ୍ଦିବା ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।
ଉଲ୍ଲେଖ ଯେ ଦୀର୍ଘ ୬୫ ବର୍ଷ ତଳେ କୋରିଆ ଯୁଦ୍ଧର ଅବସାନ ଘଟିଥିଲା। କୋରିଆ ଉତ୍ତର ଏବଂ ଦକ୍ଷିଣ କୋରିଆ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଏହାସହ ଲକ୍ଷାଧିକ ପରିବାର, ସମ୍ପର୍କୀୟ, ସାଥୀଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ବିଚ୍ଛେଦ ଲୋକମାନେ ନିଜ ପରିବାରର ଅନ୍ୟମାନଙ୍କୁ ଭେଟିବାକୁ ୨୦ ଥର ଚେଷ୍ଟା କରି ବିଫଳ ହୋଇଥିଲେ। ଏବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବା ପରେ ବିଚ୍ଛେଦ ପରିବାରଙ୍କ ମଧ୍ୟରେ ମିଳନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ଏଭଳି ପରିବାର ପାଇଁ ଉଭୟ ରାଷ୍ଟ୍ର ପକ୍ଷରୁ ସୋମବାର ଏକ ମିଳିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିପାଇଁ ଉଭୟ ରାଷ୍ଟ୍ରର ୫୭ ହଜାର ନାଗରିକ ଆବେଦନ କରିଥିଲେ। କିନ୍ତୁ ଲଟେରୀ ବ୍ୟବସ୍ଥା ଅନୁସାରେ ମାତ୍ର ୧୭୨ ଲୋକଙ୍କୁ ନିଜ ପରିବାରକୁ ଭେଟିବାର ସୁଯୋଗ ଦିଆଯାଇଥିଲା। ଏଥିରେ ଉତ୍ତର କୋରିଆର ୮୩ ଜଣ ଏବଂ ଦକ୍ଷିଣ କୋରିଆର ୮୯ ଜଣ ପରସ୍ପରକୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମ ତିନି ଦିନ ଚାଲିବ। ମାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଏକାଠି ସମୟ ବିତାଇବେ। ଏଥି ନିମନ୍ତେ ଉତ୍ତର କୋରିଆ ହଲିଡେ ରିସର୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ୯୨ ବର୍ଷର ଲି କ୍ୟୋମ ସ୍ୟୋମ ନିଜ ୭୨ ବର୍ଷର ପୁଅ ସାଙ୍ଗ ଚୋଲ, ବୋହୂ ଏବଂ ନାତୁଣୀଙ୍କୁ ଭେଟିଥିଲେ। ଦୁଇ ଦେଶ ୬୫ ବର୍ଷ ତଳେ ବିଭାଜିତ ହୋଇଥିଲେ ବି ଏହି ପରିବାରର ମା’ ପୁଅଙ୍କ ବିଚ୍ଛେଦ ୬୮ ବର୍ଷ ପୂର୍ବେ ହୋଇଥିଲା। ଉଲ୍ଲେଖ ଯେ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ୧୯୫୦ରେ ଯୁଦ୍ଧ ହୋଇଥିଲା। ସାଙ୍ଗ ଚୋଲ କିଛି ବର୍ଷ ତଳେ ନିଜ ବାପାଙ୍କ ଫଟୋ ସାମାଜିକ ଗଣମାଧ୍ୟରେ ପୋଷ୍ଟ କରିଥିଲେ। ସେଥିରୁ ତାଙ୍କ ମା’ ଜୀବୀତ ଥିବା ସେ ଜାଣିବାକୁ ପାଇଥିଲେ। ଏବେ ମା’ ପୁଅଙ୍କ ମିଳନ ହୋଇଛି। ସେହିପରି ଆଉ ଏକ ଘଟଣା କ୍ରମେ ୬୮ ବର୍ଷ ପରେ ଦୁଇ ଭାଇଙ୍କ ମଧ୍ୟରେ ମିଳନ ହୋଇଛି। ୬୮ ବର୍ଷ ତଳେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଯୁଦ୍ଧ ବେଳେ ଲି ସୋ ମେନ୍‍ ଓ ତାଙ୍କ ଭାଇ ଜାଙ୍ଗ ସାଙ୍ଗଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ବିଚ୍ଛେଦ ବେଳେ ଲି ସୋ ମେନ୍‍ ୮ ବର୍ଷ ଓ ରିଜାଙ୍ଗ ସାଙ୍ଗକୁ ୧୮ ବର୍ଷ ବୟସ ହୋଇଥିଲା। ଉତ୍ତର କୋରିଆରେ ସୈନ୍ୟ ଅଭିଯାନାରେ ଭୟଭୀତ ହୋଇ ରିଜାଙ୍ଗ ଦକ୍ଷିଣ କୋରିଆ ଚାଲିଯାଇଥିଲେ। ମାତ୍ର ଲି ସୋ ଭାବିଥିଲେ ଯେ ତାଙ୍କ ଭାଇଙ୍କୁ ସୈନ୍ୟ ମାରି ଦେଇଛନ୍ତି। ଏହାପରେ ୧୯୭୫ରେ ତାଙ୍କ ଭାଇ ରିଜାଙ୍ଗ ଜୀବୀତ ଥିବା ଲି ସୋ ଜାଣିବାକୁ ପାଇଥିଲେ। ୧୯୮୮ରେ ଦୁଇ ଦେଶ ମଧ୍ୟରେ ମିଳିତ ପରିବାର ମିଳନ କାର୍ଯ୍ୟକ୍ରମ ପାଇଁ ସହମତି ହୋଇଥିଲା। ସେତେବେଳେ ଦୁଇ ଦେଶର ୧,୩୨,୬୦୩ ଜଣ ଲୋକ ନିଜ ପରିବାରକୁ ଭେଟିବାକୁ ଆବେଦନ କରିଥିଲେ। କିନ୍ତୁ ୨୦୦୧ରୁ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏଭିଳି ୨୦ଟି ପରିବାର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories