www.samajalive.in
Sunday, December 14, 2025
26.1 C
Bhubaneswar

ଆଫଗାନିସ୍ତାନରେ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଆତଙ୍କବାଦୀଙ୍କ ଅପହରଣ

କାବୁଲ : ଇଦ୍‍କୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ଅସ୍ତ୍ରବିରତି ଘୋଷଣା କରିବାର ଗୋଟିଏ ଦିନ ପରେ ସୋମବାର ତାଲିବାନ ଆତଙ୍କବାଦୀମାନେ କୁନ୍ଦୁଜ ପ୍ରାନ୍ତର ୩ଟି ବସ୍‍କୁ ଅଟକାଇ ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଅପହରଣ କରିନେଇଛନ୍ତି। ଏହି ତିନିଟି ବସ୍‍ରେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଟକ୍‍ଖାର ପ୍ରାନ୍ତରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଯାଉଥିଲେ। କୁନ୍ଦୁଜ ରାଜ୍ୟପାଳଙ୍କ ମୁଖପାତ୍ର ଏସ୍ମାତୁଲ୍ଲା ମୁରାଦିଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ବଳପୂର୍ବକ ବସ୍‍କୁ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ। ଏହାପରେ ଆତଙ୍କବାଦୀମାନେ ଯାତ୍ରୀଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଛନ୍ତି। ରାଷ୍ଟ୍ରପତି ଅସରଫ ଘାନି ରବିବାର ଇଦ୍‍କୁ ଧ୍ୟାନରେ ରଖି ତାଲିବାନ ସହ ୩ ମାସର ଅସ୍ତ୍ରବିରତି ଘୋଷଣା କରିଥିଲେ। ସରକାରଙ୍କ ଘୋଷଣା ଅନୁସାରେ ଅଗଷ୍ଟ ୨୦ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ଅସ୍ତ୍ରବିରତି ରହିବ। ଅପରପକ୍ଷରେ ତାଲିବାନ ନେତା ମୌଲବୀ ହବବୁଲ୍ଲା ଅର୍ଖୁନଜାଦାହ କହିଛନ୍ତି ଯେ କେବଳ ଆମେରିକା ସହ କଥାବାର୍ତ୍ତା ଦ୍ୱାରା ଦେଶରେ ୧୭ ବର୍ଷ ଧରି ଜାରି ରହିଥିବା ସଂଘର୍ଷ ବନ୍ଦ ହୋଇପାରିବ। ଉଲ୍ଲେଖ ଯେ ଏହା ପୂର୍ବରୁ ଜୁନ୍‍ ୭ରେ ଉଦ୍‍-ଉଲ-ଫିତର ସମୟରେ ଆଫଗାନିସ୍ତାନ ସରକାର ଅସ୍ତ୍ରବିରତି ଘୋଷଣା କରିଥିଲେ। ଜୁନ୍‍ ୧୧ରୁ ଜୁନ୍‍ ୧୯ ପର୍ଯ୍ୟନ୍ତ ଅସ୍ତ୍ର ବିରତି ରହିଥିଲା। ଉଲ୍ଲେଖ ଯେ ୨୦୦୧ରେ ଆମେରିକା ନେତୃତ୍ୱାଧୀନ ମେଣ୍ଟ ସେନା ତାଲିବାନକୁ ଗାଦିଚ୍ୟୁତ କରି ଆଫଗାନିସ୍ତାନରେ ନିଜ ମୁତାବକ ସରକାର ଚଳାଉଛି। ସେବେଠାରୁ ଆଫଗାନିସ୍ତାନ ସେନା ଏବଂ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories