www.samajalive.in
Sunday, December 14, 2025
26.1 C
Bhubaneswar

ତୃତୀୟ ଟେଷ୍ଟ : ଭାରତ ପାଇଁ ବିଜୟ ସମ୍ଭାବନା

ଟ୍ରେଣ୍ଟବ୍ରିଜ୍‍ : ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ମଜବୁତ ସ୍ଥିତିରେ ରହିଛି। ଭାରତ ୪୩୮ ରନ ଆଗୁଆ ରହିଛି।  ପୂଜାରା ୭୨ ରନ କରି ଆଉଟ ହେବାପରେ କୋହଲି ଏବଂ ରାହାଣେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଭାରତର ସ୍ଥିତି ସୁଦୃଢ କରିଛନ୍ତି। ତୃତୀୟ ଦିନ ଜଳପାନ ବିିରତି ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୭୦ ରନ ସଂଗ୍ରହ କରିଛି।

୨ୟ ଇନିଂସରେ ୨ୟ ଦିନର ଅସମାପ୍ତ ଇଂନିସ ୧୨୪/୨ରୁ ଖେଳ ଆରମ୍ଭ କରି ଭାରତ ଆଉ ୭୦ ରନ ଯୋଡି  ତୃତୀୟ ଦିନର ଭୋଜନ ବିରତି ସୁଦ୍ଧା ଭାରତ ୧୯୪/୨ କରିଥିଲା।  ତୃତୀୟ ଦିନର ଭୋଜନ ବିରତି ସୁଦ୍ଧା ୮ଟି ୱିକେଟ ବାକିଥାଇ ଭାରତ ୩୬୨ ରନ ଆଗରେ ରହିଥିଲା । ଚେତେଶ୍ବର ପୂଜାରା ଓ କୋହଲି ଉଭୟ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ । ପୂଜାରା ୫୬ ଓ କୋହଲି ୫୪ ରନ କରି ଖେଳୁଥିଲେ। ପରେ ପୂଜାରା ୭୨ ରନ କରି ଆଉଟ ହୋଇଥିଲେ।

- Advertisement -

ଉଭୟ ବୋଲର  ଏବଂ ବ୍ୟାଟ୍‍ସମ୍ୟାନ୍‍ଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଏପରି ସ୍ଥିତିରେ ପହଞ୍ଚିଛି । ବିଶେଷକରି ହାର୍ଦିକ ପାଣ୍ଡ୍ୟା ତାଙ୍କ ଜୀବନରେ ପ୍ରଥମଥର ପାଇଁ ଏକ ଇନିଂସରେ ୫ଟି ୱିକେଟ ନେବାରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଭାରତ ପ୍ରଥମ ଇନିଂସ ସ୍କୋର୍‍ ୩୨୯ ରନ୍‍ ଜବାବରେ ଇଂଲଣ୍ଡ ରବିବାର ୨ୟ ଇନିଂସରେ ମାତ୍ର ୧୬୧ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୧୬୮ ରନ୍‍ ଆଗରେ ରହିଥିଲା। ପରେ ୨ୟ ଇନିଂସରେ ଭାରତ ଭଲ ବ୍ୟାଟିଂକରି ମ୍ୟାଚ୍‍ ଉପରେ ତା’ର କବ୍‍ଜା ମଜ୍‍ଭୁତ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories