www.samajalive.in
Friday, December 12, 2025
14.1 C
Bhubaneswar

ହୋମ ଡେଲିଭରି ବଦଳରେ ଖୁଲମ ଖୁଲା ମଦ ବିକ୍ରି, ଦୋକାନରେ ପ୍ରଵଳ ଭିଡ଼, ସାମାଜିକ ଦୂରତାକୁ ଫୁ 

ଛତ୍ରପୁର : କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍‌ଡାଉନ୍ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ବାକି ସବୁ କିଛି ବନ୍ଦ ରହିଛି। ଖାଦ୍ୟର ହୋମ ଡେଲିଭରିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ହେଲେ ଲକ୍‌ଡାଉନ୍‌ ସମୟରେ ମଦର ହୋମ ଡେଲିଭରି ଉପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଉପରେ ନିଷ୍ପତି ଛାଡିଛନ୍ତି।
ଏନେଇ ଅବକାରୀ ସଚିବ ଗୁରୁବାର ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲାର କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳ ନିଜ ଜିଲ୍ଲାରେ ମଦର ହୋମ ଡେଲିଭରି ହେବା ନେଇ ନିଷ୍ପତ୍ତି ନେବେ। କୋଭିଡ ନିୟମ ଅନୁଯାୟୀ ମଦ ହୋମ୍ ଡେଲିଭରି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି। କିନ୍ତୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏକ ବିଦେଶୀ ମଦ ଦୋକାନରେ ଖୁଲମ ଖୁଲା ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି, ଏପରିକି ଦୋକାନରେ ପ୍ରଵଳ ଗହଳି ହେବା ସହ ସାମାଜିକ ଦୂରତା ସମସ୍ତେ ଭୁଲି ଯାଇଛନ୍ତି। ଯାହାକି ଏଠାରେ କୋଭିଡ ଗାଇଡ଼ ଲାଇନର ଉଲଘଂନ ହୋଇଛି। ଦୋକାନୀମାନେ ଦୋକାନରେ ଲୋକଙ୍କୁ ମଦ ବିକ୍ରି କରିପାରିବେ ନାହିଁ କେବଳ ହୋମ ଡେଲିଭରି କରିବାର ନିୟମ ରହିଥିଲେ ବି କିପରି ଏହି ଦୋକାନୀ ବିକ୍ରି କରୁଛି ତାହା ଏବେ ପ୍ରଶ୍ନ ଉଠିଛି। ଏହି ଦୋକାନ ଛତ୍ରପୁର ଅବକାରୀ ବିଭାଗ କାର୍ଯ୍ୟଳୟ ମାତ୍ର ଅଳ୍ପ ଦୂରରେ ରହିଥିଲେ ବି ଅବକାରୀ ବିଭାଗ କିପରି ଜାଣିପାରିଲେ ନାହିଁ ତାହା ମଧ୍ୟ୍ୟ ସଂଦେହ ସୃଷ୍ଟି କରିଛି? ଏନେଇ ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭାତ୍ରାଙ୍କୁ ପଚାରିବାରେ ମଦ ଦୋକାନୀ ମାନେ ମଦ ହୋମ ଡେଲିଭରି କରିବେ କିନ୍ତୁ ଦୋକାନରେ ବିକ୍ରି କରି ପାରିବେ ନାହିଁ ଯଦି ଯେଉଁ ଦୋକାନୀ ମଦ ଦୋକାନରେ ବିକ୍ରି କରିବେ ତାହା ସିଲ କରାଯିବ ଏବଂ ଶନିବାର ଓ ରବିବାର ଦୋକାନ ସମ୍ପୂର୍ଣ୍ଣ ବନ୍ଧ ରହିବ ବୋଲି କହିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories