www.samajalive.in
Friday, December 12, 2025
14.1 C
Bhubaneswar

ଅକ୍ଷୟ ତୃତୀୟା  ପାଇଁ ସଜେଇ ହୋଇଛି ଓଡ଼ିଶାର ପ୍ରଥମ କୃଷକ ମନ୍ଦିର

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। କୃଷକମାନଙ୍କର ଚାଷକାମ ଅନୁକୂଳର ପ୍ରଥମ ଦିବସ। ଏହି ଦିନରେ କୃଷକମାନେ ନିଜ ଘରେ ଝୋଟି ପକାଇବା ସହ ଚାଷ କାମ ପାଇଁ ବିହନ ଅନୂକଳ କରିଥାଏ ଏବଂ ଭଲ ଫସଲ ଅମଳ ପାଇଁ ପୂଜାର୍ଚ୍ଚନା କରିଥାଏ। କିନ୍ତୁ ଦୁଇବର୍ଷ ଧରି ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କିନ୍ତୁ ଏସବୁ ସତ୍ତ୍ବେ କଟକ ଜିଲା ଅନ୍ତର୍ଗତ ଗୋକନ ମଣିଜୋରୀ ଗ୍ରାମରେ ଏବେଠୁ ସଜେଇ ହେଉଛନ୍ତି ଓଡ଼ିଶାର ପ୍ରଥମ କୃଷକ ମନ୍ଦିର।ମଣିଜୋରୀ ଗ୍ରାମରେ ଭାରତର ସର୍ବପ୍ରଥମ କୃଷକ ମନ୍ଦିର ୨୦୦୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମନ୍ଦିରକୁ ପ୍ରତଷ୍ଠା କରିଥିଲେ ଜଣାଶୁଣା ସମାଜସେବୀ ପ୍ରତାପ କୁମାର ସାହୁ। ବିପ୍ଲବୀ କବି ରବି ସିଂ ଏହି ମନ୍ଦିରକୁ ଉଦ୍ଘାଟନ କରିଥିଲେ। ଏଠାରେ ଉଲ୍ଲେଖଥାଉକି, ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ହଳ ପ୍ରତିଯୋଗିତା କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପିତ୍ତଳ ବାଲଟି, ପିତ୍ତଳ ଘଣ୍ଟି, ଦଉଡ଼ି, ପାଞ୍ଚଣ, ଗୋଖାଦ୍ୟ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ସେଠାକୁ ଆସୁଥିବା ପ୍ରତ୍ୟେକ ଗୋମାତାମାନଙ୍କୁ ମାଗଣାରେ ପଶୁଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ।

- Advertisement -

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ପାଖାପାଖି ଦୁଇହଜାର ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ବଡ଼ ଦୁଃଖର ବିଷୟ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ ସାହୁ କହିଛନ୍ତି ଯେ, ବିଗତ ଦୁଇବର୍ଷ ହେବ କରୋନା ଯୋଗୁ ଲକଡ଼ାଉନ ଓ ସଟଡ଼ାଉନ ଲାଗୁ ଫଳରେ ଏହି ମନ୍ଦିରରେ କେବଳ ଯଜ୍ଞ କରା ଯାଇଥାଏ। ଖାଦ୍ୟପେୟ ଓ ପ୍ରତିଯୋଗିତାକୁ ମହାମାରୀ କରୋନା ଯୋଗୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ଗ୍ରାମବାସୀ ଯେତେବେଳେ ଚାଷ କାର୍ଯ୍ୟ କରିବାକୁ ଯାଆନ୍ତି, ପ୍ରଥମେ କୃଷକ ମନ୍ଦିର ନିକଟରେ ପୂଜାର୍ଚ୍ଚନା କରିଥାନ୍ତି।
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ସେଥିପାଇଁ ସଜେଇ ହୋଇଛନ୍ତି କୃଷକ ଦେବତା। ଗ୍ରାମର ଲୋକମାନେ କୃଷକ ମନ୍ଦିରକୁ ରଙ୍ଗ ବେରଙ୍ଗରେ ସଜେଇ ଦେଇଛନ୍ତି। ମହାମାରୀ କରୋନା ଯୋଗୁ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେଣୁ ଚଳିତବର୍ଷ ଭଲ ଫସଲ ଅମଳ ହେବା ଆଶାରେ କୃଷକ ମନ୍ଦିରକୁ ସାଜସଜ୍ଜା କରି ପୂଜାର୍ଚ୍ଚାନା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି। କୃଷକ ଦେବତାଙ୍କ କୃପାରୁ ଚଳିତବର୍ଷ ଭଲ ଫସଲ ଅମଳ ହେବା ସହ ଆଗକୁ ଦେଶବାସୀଙ୍କ ପାଇଁ ଖାଦ୍ୟପେୟର ଅଭାବ ଦୂର କରିବା ପାଇଁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦିଆଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories