nua o banner

ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ, ୨ କଏଦୀଙ୍କୁ ହତ୍ୟା

BJD Bijuli 480×75 Mob

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲରେ ଗୁଳିକାଣ୍ଡ ଘଟିଛି। ଜେଲରେ ରହୁଥିବା କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଏହି ଗୁଳିକାଣ୍ଡରେ ବାହୁବଳୀ ନେତା ମୁଖତାର ଅନସାରୀର ଜଣେ ଘନିଷ୍ଠକୁ ଅନ୍ୟ ଏକ ଗୋଷ୍ଠୀର ଗ୍ୟାଙ୍ଗଷ୍ଟର ହତ୍ୟା କରିଛନ୍ତି। ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ପୁଲିସ ଗୁଳିରେ ନିହତ ହୋଇଛି।

ସୂଚନା ଅନୁସାରେ, ନିକଟରେ ସୁଲତାନପୁର ଜେଲରୁ ଚିତ୍ରକୂଟ ଜେଲକୁ ପୂର୍ବାଞ୍ଚଳର ଗ୍ୟାଙ୍ଗଷ୍ଟର ଅଂଶୁ ଦିକ୍ଷିତ ଶୁକ୍ରବାର ପୂର୍ବାହ୍ନରେ ଅନ୍ୟ ଏକ ଗୋଷ୍ଠୀର କଏଦୀ ଉପରକୁ ଗୁଳି ଚଳାଇଥିଲା। ଏଥିରେ ଜେଲରେ ବନ୍ଦୀ ଥିବା ମୁକିମ କାଲା ଏବଂ ମେରାଜ ନିହତ ହୋଇଥିଲେ। ମୁକିମ କାଲା ପଶ୍ଚିମ ଉତ୍ତର ପ୍ରଦେଶର ଜଣେ ଗ୍ୟାଙ୍ଗଷ୍ଟର ଏବଂ ମେରାଜ ବାହୁବଳୀ ବିଧାୟକ ମୁଖତାର ଅନସାରୀର ଘନିଷ୍ଠ ଥିଲା।

Comments are closed.