www.samajalive.in
Monday, December 15, 2025
17.1 C
Bhubaneswar

ଆପଣ ବି କରିପାରିବେ କେରଳ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ, ଜାଣନ୍ତୁ କିପରି

କେରଳରେ ପ୍ରଳୟଙ୍କରୀ ବନ୍ୟାର ବିଭୀଷିକା ଜାରି ରହିଛି। ବନ୍ୟା ଦୁର୍ଗତଙ୍କ ନିକଟରେ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ରିଲିଫ ଯୋଗାଇ ଦିଆଯାଉଛି । ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବା ସହ ବନ୍ୟା ଦୁର୍ଗତଙ୍କ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ମଧ୍ୟ ପଠାଯାଇଛି।  ସେହିପରି ବେସରକାରୀ ସଂସ୍ଥା ଭିନ୍ନ ଭିନ୍ନ ସହରରୁ ରିଲିଫ ସାମଗ୍ରୀ ଏକତ୍ର କରି ଦୁର୍ଗତଙ୍କ ନିକଟରେ ପହଞ୍ଚାଉଛନ୍ତି ।

ବନ୍ୟାପୀଡିତାଙ୍କ ପାଇଁ ଖାଦ୍ୟ ଓ ପାନୀୟ ସବୁଠାରୁ ଅଧିକ ବଡ ଆବଶ୍ୟକ । କାରଣ ବନ୍ୟା ଫଳରେ ପାନୀୟ ଜଳ ଦୂଷିତ ହୋଇଯାଇଥିବା ବେଳେ ରନ୍ଧାଖାଦ୍ୟ ମିଳିବା ଏକ ପ୍ରକାର ଅସମ୍ଭବ। ତେବେ ଏଭଳି ସ୍ଥିତିରେ ଆପଣଙ୍କ ଘରୁ ମଧ୍ୟ କିଛି ସାହାଯ୍ୟ  ସେମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ ।

- Advertisement -

ଯେଉଁ ଖାଦ୍ୟ ୫ରୁ ୭ ଦିନ ରହିଲେ ନଷ୍ଟ ହେବ ନାହିଁ, ସେଭଳି କିଛି ଖାଦ୍ୟ ଆପଣ ଚାହିଁଲେ ବନ୍ୟା ଦୁର୍ଗତଙ୍କ ପାଇଁ ପଠାଇ ପାରିବେ । ଯେପରି ଦୀର୍ଘ ଦିନ ଧରି ରହୁଥିବା ଛଣା ପିଠା, କଚୋଡି, ଘରେ ପ୍ରସ୍ତୁତ ପାଉଁରୁଟି, ଗୁଜିଆ, ମିକ୍ସଚର, ଭଜା ଚୁଡା, ଲଡୁ ଓ ବର୍ଫି ଇତ୍ୟାଦି ।  ଏହା ଛଡା ବିସ୍କୁଟ୍, ପ୍ୟାକେଟ୍ କ୍ଷୀର, ଡ୍ରାଏ ଫ୍ରୁଟ୍ସ, ଭଜା ଚଣା ଓ ଚିନା ବାଦାମ ଭଳି ପୃଷ୍ଟିକର ଖାଦ୍ୟ ଆପଣ ଏନଜିଓ ମାଧ୍ୟମରେ ବନ୍ୟା ଦୁର୍ଗତଙ୍କ ନିକଟକୁ ପଠାଇ ପାରିବେ । ଛୋଟ ପିଲାଙ୍କ ପାଇଁ ହଲିକ୍ସ, ବର୍ନଭିଟା ଭଳି ଶୁଖିଲା ମଧ୍ୟ ଖାଦ୍ୟ ପଠାଇ ପାରିବେ ।

ବନ୍ୟାଦୁର୍ଗତଙ୍କ ନିକଟରେ ସାହାଯ୍ୟ ପଠାଇବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠି ମାଧ୍ୟମରେ ପଠାଇ ପାରିବେ । ସେହିପରି କିଛି ଏନଜିଓ ଙ୍କ ସହ ଯୋଗାଯୋଗ କରି ରିଲିଫ ସାମଗ୍ରୀ ବନ୍ୟା ଦୁର୍ଗତଙ୍କ ନିକଟରେ ପହଞ୍ଚାଇ ପାରିବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories