www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ପାଇଁ ନୂଆ ବିପଦ ‘ହାପି ହାଇପୋକ୍ସିଆ’

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରର ଯୁବପିଢ଼ି ଅଧିକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣ ପରେ ସେମାନେ ଶୀଘ୍ର ସୁସ୍ଥ ହେଉଛନ୍ତି। ସୁସ୍ଥ ହେବା ପରେ ହଠାତ୍‌ ଶରୀରରେ ଅମ୍ଳଜାନ ସ୍ତର କମିଯାଉଛି, ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କାର୍ଯ୍ୟ କରିବା ବନ୍ଦ କରିଦେଉଛି। ରୋଗୀର ଗୁରୁତର ହୋଇପଡ଼ୁଛି। କେତେକ କ୍ଷେତ୍ରରେ ମୃତ୍ୟୁ ବି ଘଟୁଛି। କରୋନା ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ଏପରି ନୂଆ ବିପଦ ସାଜିଛି ‘ହାପି ହାଇପୋକ୍ସିଆ’। କରୋନା ମହାମାରୀ ପ୍ରଥମେ ଆସିବା ସମୟରେ ଅଳ୍ପ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା। ଯେପରିକି ଥଣ୍ଡା, ଜ୍ବର, କାଶ, ତଣ୍ଟି ଦରଜ ହେବା ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା; କିନ୍ତୁ ଧୀରେ ଧୀରେ ନୂଆ ନୂଆ ଲକ୍ଷଣ ରୋଗୀଙ୍କଠାରେ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ‘ହାପି ହାଇପୋକ୍ସିଆ’ ବା ‘ସାଇଲେଣ୍ଟ ହାଇପୋକ୍ସେମିଆ’ ଅନ୍ୟତମ ଲକ୍ଷଣ। ଖାସ କରି ଯୁବପିଢ଼ି ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। ହାଇପୋକ୍ସିଆ ଅର୍ଥ ହେଉଛି ରକ୍ତରେ ଅମ୍ଳଜାନ ସ୍ତର ହ୍ରାସ ପାଇବା; କିନ୍ତୁ ଏହା ରୋଗୀକୁ ଜଣାପଡ଼ିବ ନାହିଁ। ରକ୍ତରେ ଅମ୍ଳଜାନ ହ୍ରାସ ପାଇଲେ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚିପାରି ନ ଥାଏ।

ସାଧାରଣତଃ ମଣିଷ ଶରୀରର ରକ୍ତରେ ଅମ୍ଳଜାନ ସ୍ତର ୯୫% ରହିଥାଏ; କିନ୍ତୁ କୋଭିଡ ରୋଗୀଙ୍କଠାରେ ଏହା ୪୦%କୁ ଖସିଆସିଥାଏ। ଫଳରେ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ଉପଯୁକ୍ତ ପରିମାଣରେ ଅମ୍ଳଜାନ ନ ମିଳିଲେ ରୋଗୀର ମୃତ୍ୟୁ ଘଟିଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର କାରଣ ହେଉଛି ଯୁବପିଢ଼ିଙ୍କ ରୋଗ ପ୍ରତିରୋଧକ ଶକ୍ତି। ଯୁବପିଢ଼ିଙ୍କ ଶରୀରରେ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଥାଏ। ତେଣୁ କରୋନାରେ ସଂକ୍ରମିତ ହେବା ପରେ ସେମାନେ ନିଜକୁ ସୁସ୍ଥ ଅନୁଭବ କରନ୍ତି; କିନ୍ତୁ ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଉଥାଏ। ଆରମ୍ଭରୁ ସେମାନେ ଏହା ଜାଣିପାରି ନ ଥାନ୍ତି। ଅମ୍ଳଜାନ ସ୍ତର ବହୁମାତ୍ରାରେ ହ୍ରାସ ପାଇବା ପରେ ହଠାତ ଶରୀରର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ସେମାନେ ଗୁରୁତର ହୋଇପଡ଼ନ୍ତି। ଏଥିପ୍ରତି ସତର୍କ ରହିବାକୁ ହେଲେ ସଂକ୍ରମିତଙ୍କ ପାଖରେ ସବୁବେଳେ ପଲ୍‌ସ ଅକ୍ସିମିଟର ରଖିବା ଜରୁରୀ। ଫଳରେ ସେମାନେ ନିଜର ହାର୍ଟ ବିଟ୍‌ ସହିତ ରକ୍ତରେ ଅମ୍ଳଜାନ ସ୍ତର ମାପି ପାରିବେ ଏବଂ ଠିକ୍‌ ସମୟରେ ଚିକିତ୍ସା କରାଇପାରିବେ। ଏହାଦ୍ବାରା ରୋଗୀ ହାପି ହାଇପୋକ୍ସିଆରୁ ନିଜକୁ ରକ୍ଷା କରିପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories