www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ଆନନ୍ଦ ଓ ଉତ୍ସାହ ସହିତ ପାଳନ ହେଉଛି ଇଦ୍‍

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉତ୍ସାହର ସହିତ ଇଦ୍‍ ପର୍ବ ପାଳନ କରାଯାଉଛି। ଅତ୍ୟନ୍ତ ନିଷ୍ଠାର ସହିତ ମୁସଲମାନ ସଂପ୍ରଦାୟର ଭାଇ ଭଉଣୀ ରମ୍‍ଜାନ ମାସ ପାଳନ କରିବା ପରେ ଆଜି ଇଦ୍‍ ପାଳିତ ହେଉଛି। ଦେଶରେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଆଜି ଇଦ୍‍ ପର୍ବ ପାଳନ କରାଯାଉଛି। ତେବେ ଗତକାଲି ଜାମ୍ମୁ କାଶ୍ମୀର ଏବଂ କେରଳରେ ଏହି ପର୍ବ ପାଳିତ ହୋଇଯାଇଛି। କରୋନା ସଂକ୍ରମଣ ଏବଂ ଜାରି କଟକଣା ପରିପ୍ରେକ୍ଷୀରେ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସମବେତ ନହେବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ମସଜିଦ ମଧ୍ୟକୁ ଯାଇ ନମାଜ ପାଠ ପାଇଁ ଅନୁମତି ଦିଆଯାଇଥିବାବେଳେ ଅନ୍ୟମାନେ ନିଜ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦିଆଯାଇଛି। ଆଜି ଶୁକ୍ରବାରରେ ଇଦ୍‍ ପଡୁଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁମାନେ ଅଧିକ ଉତ୍ସାହିତ ଥିବାବେଳେ କରୋନା ସଂକ୍ରମଣ ଓ କଟକଣା ସେଥିରେ ବାଧକ ହୋଇଛି। ଏହି ଅବସରରେ ମୁସଲମାନ ଭାଇ ଭଉଣୀମାନେ ନିଜ ପ୍ରିୟ ପରିଜନ ଏବଂ ବନ୍ଧୁବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories