www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାରତ ଚିନ୍ତା, ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ କରୋନା ସଂକ୍ରମଣ ଉଦବେଗଜନକ ସ୍ତିତିରେ ଥିବାବେଳେ ଭାରତରେ ଦିନକୁ ଦିନ ଏହା ନିୟନ୍ତ୍ରଣ ବାହାରକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭାରତ ପାଇଁ ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଦୈନିକ ଗଣମାଧ୍ୟମ ସମ୍ପର୍କ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ଦେଇଛି। ବିଶେଷ ଭାବେ ଗତ ସପ୍ତାହରେ ବିଶ୍ୱରେ ୫୪ ଲକ୍ଷ ନୂଆ ସଂକ୍ରମଣ ଓ ୯୦ ହଜାର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ଭାରତ ଭଳି କେତେକ ଦେଶ କରୋନାର ପ୍ରଥମ ଲହର ପରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ନ ଦେବା ଏବଂ କଠୋର ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ଦ୍ଵିତୀୟ ଲହର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବା ‘ହୁ’ କହିଛି।

- Advertisement -

ଭାରତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜର ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକୁ ଆହୁରି ଦୃଢ କରିବା ନିମନ୍ତେ ଟୁଗେଦର ଫର ଇଣ୍ଡିଆ ଅଭିଯାନ ଆରମ୍ଭ କରିଛି ଯାହା ଫଳରେ ଅମ୍ଳଜାନ, ପିପିଇ କିଟ ଏବଂ ଔଷଧ ଅଧିକ ମାତ୍ରାରେ କ୍ରୟ କରାଯାଇପାରିବ। ଏ ବିଷୟରେ ‘ହୁ’ ଏକ ଭିଡିଓ ଜାରି କରି କହିଛି ଯେ ପ୍ରତିଷେଧକ ଟିକା କରୋନା ସଂକ୍ରମଣ ହ୍ରାସ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ଓ ଏହା ଆଗାମୀ ଦିନରେ କୋଭିଡ ସଂକ୍ରମଣ ମୁକାବିଲା କରିପାରିବ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିକାକରଣ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛି। ବିଶ୍ୱ ସ୍ଥରରେ ସମସ୍ତ ଦେଶ ଆବଶ୍ୟକ ପରିମାଣର ଟିକା ପାଉନଥିବା ‘ହୁ’ କହିଛି। ଏଭଳି ସ୍ଥିତି କରୋନା ସଂକ୍ରମଣ ଦିଗରେ ପ୍ରତିବନ୍ଧକ ହୋଇପାରେ ବୋଲି ସଂଗଠନ ଅନୁମାନ କରୁଛି। ବିଶ୍ୱର ଉଚ୍ଚ ଏବଂ ମଧ୍ୟମରୁ ଅଧିକ ଆୟକାରୀ ରାଷ୍ଟ୍ର ଯେଉଁଗୁଡିକ ୫୩ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ, ସେହି ଦେଶଗୁଡିକୁ ୮୩ ପ୍ରତିଶତ ଟିକା ମିଳିଥିବା ବେଳେ ବିଶ୍ୱର ୪୭ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ନିମ୍ନ ଆୟକାରୀ ଦେଶଗୁଡିକୁ ମାତ୍ର ୧୭ ପ୍ରତିଶତ ଟିକା ମିଳିପାରିଛି ଯାହା କରୋନା ନିୟନ୍ତ୍ରଣ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଭାରତ ଭଳି ଜନବହୁଳ ଦେଶରେ ଟିକାକରଣ ଓ ସ୍ୱାସ୍ଥ୍ୟ ସେବା ଉଭୟ ଦୃଢ କରିବା ଆବଶ୍ୟକ ବୋଲି ‘ହୁ’ କହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories