www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁରରେ କରୋନା ସ୍ଥିତି ସଙ୍ଗୀନ: ଗୋଟିଏ ଦିନରେ ପୁଣି ୩୦୨ ଆକ୍ରାନ୍ତ, ଜଣେ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କୋରାନା ସ୍ଥିତିରେ ସୁଧୁରୁ ନ ଥିବାବେଳେ ଆଜି ଗୋଟିଏ ଦିନରେ ପୁଣି ୩୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲାରେ ମୋଟ ୧୩୮୩୦ଜଣ କରୋନା ଆକ୍ରାନ୍ତ ହୋଇ ସାରିଥିବାବେଳେ ସେଥିମଧ୍ୟରୁ ୧୦୪୧୭ଜଣ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ ମୋଟ ୩୩୧୮ ଜଣ କରୋନା ସଂକ୍ରମିତ ରହିଥିବାବେଳେ ହୋଇଥିବାବେଳେ ସେଥିମଧ୍ୟରୁ ମୋଟ ୩୧୫୮ ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଜିଳଶ କୋଭିଡ ଡାକ୍ତରଖାନରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଜିଲାରେ ୩୦୨ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଳକରେ ୫୯ଜଣ ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘର ବ୍ଳକରେ ୪୫ ଜଣ, ଝରିଗାଁ ବ୍ଳକରେ ୫୩ଜଣ, ଉମରକୋଟ ବ୍ଳକରେ ୪୨ଜଣ, ଉମରକୋଟ ପୈାରାଞ୍ଚଳରେ ୩୩ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୧୮ ନବରଙ୍ଗପୁର ବ୍ଳକ ରେ ୬ଜଣ, ଡାବୁଗାଁ ବ୍ଲକରେ ୧୦ଜଣ, ପାପଡାହାଣ୍ଡି ବ୍ଳକରେ ୧୫ଜଣ, କୋଷାଗୁମୁଡା ବ୍ଳକରେ ୧୦ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୩ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୮ଜଣ ଆକ୍ରାନ୍ତ ହୋଇଛନ୍ତି।

ତେବେ ଦିନକୁ ଦିନ କରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି। ତେବେ ଆଜି କରୋନା ଆକ୍ରାନ୍ତ ହୋଇ ଜିଲା କୋଭିଡ ଡାକ୍ତରଖାନରେ ଚିକତ୍ସିତ ହେଉଥିବାବେଳେ ପାପଡାହାଣ୍ଡିବ୍ଳକ ଅନ୍ତର୍ଗତ ସିଲକଗୁଡାର ହିରଣ୍ୟ ଭତରାଙ୍କର ପତ୍ନୀ ବୈଦି ଭତରା(୨୬)ଙ୍କର ମୃତ୍ୟୁ ହୋଇଛି। ସେ ଗୁରୁତରଥିବାରୁ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା। ତେବେ ଏହି ମୃତ୍ୟୁକୁ ନେଇ ହିରଣ୍ୟ କାନ୍ଦିକାନ୍ଦି କହୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏଠାରେ ଉପଯୁକ୍ତ ଚକିତ୍ସା ଅଭାବରୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏହାକୁ ଡାକ୍ତରଖାନା ପକ୍ଷରୁ ଖଣ୍ଡନ କରାଯିବା ସହ ଚିକିତ୍ସାରେ ଅବହେଳା କରାଯାଇ ନଥିବା କୁହାଯାଇଛି। ଏ ସଂପର୍କରେ ଉପଜିଲାପାଳ ଭାସ୍କର ରଇତ କହିଛନ୍ତି ଯେ, ମହିଳାଙ୍କର କୋଭିଡ ପିଜିଟିଭ ଥିବାବେଳେ ଗୁରୁତର ଅବସ୍ଥାରେ ଅକ୍ସିଜେନ ଲାଗିଥିବା ସମୟରେ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କରିଛନ୍ତି। ତେବେ ଜିଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା କେତେ ତାହା ସରକାରୀ ଭାବେ କୈାଣସି ସୂଚନା ଦିଆଯାଉ ନାହିଁ। ଯାହାକି ଜିଲାବାସୀଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଏହି ଡାକ୍ତରଖାନାର ଅବ୍ୟବସ୍ଥାନନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ପୁଣି ଏକ ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି।

- Advertisement -

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories