www.samajalive.in
Sunday, December 7, 2025
16.1 C
Bhubaneswar

କାରାଗାରରୁ ବାହାରିବା ପରେ ଲାଲୁଙ୍କର ପ୍ରଥମ ବୈଠକ

ପାଟନା: ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ସମସ୍ତ ମାମଲାରେ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଜାମିନ ବଳରେ ନିକଟରେ ରାଞ୍ଚି କାରାଗାରରୁ ମୁକ୍ତ ହୋଇଥିବା ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ସଭାପତି ଲାଲୁ ପ୍ରସାଦ ଯାଦବ ଦଳର ସଦସ୍ୟ ଏବଂ କର୍ମୀମାନଙ୍କ ସହିତ ଏକ ବୈଠକରେ ମିଳିତ ହୋଇଛନ୍ତି। ପ୍ରାୟ ତିନିବର୍ଷରୁ ଅଧିକ କାଳ କାରାଗାରରେ ବନ୍ଦୀ ରହିବା ପରେ ଜାମିନରେ ମୁକୁଳିଛନ୍ତି ଲାଲୁ ପ୍ରସାଦ। ଗତ ରବିବାର ଦିନ ଆରଜେଡି ନେତା ବିହାରରେ ଥିବା ତାଙ୍କ ଦଳର ସଦସ୍ୟ ଏବଂ କର୍ମୀମାନଙ୍କ ସହିତ ଭର୍ଚୁଆଲ ବୈଠକରେ ନୂଆଦିଲ୍ଲୀରେ ଥାଇ ଯୋଗଦେଇଥିଲେ।
ଏହି ବର୍ଷିଆନ ନେତା ସଂପ୍ରତି ମଧୁମେହ, ହୃଦରୋଗ ଏବଂ ମୂତ୍ରାଶୟ ଜନିତ ସମସ୍ୟା ଆଦି ବହୁବିଧ ରୋଗରେ ଆକ୍ରାନ୍ତ ଅଛନ୍ତି। କାରାଗାରରୁ ମୁକୁଳିବା ପରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ସେ ବାନ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଦିଲ୍ଲୀରେ ରହି ଅସୁସ୍ଥ ଲାଲୁଙ୍କର ଦେଖାଶୁଣା କରୁଛନ୍ତି। ଭର୍ଚୁଆଲ ବୈଠକରେ ତେଜସ୍ୱୀ ମଧ୍ୟ ଦଳୀୟ କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ତେଜସ୍ୱୀ କହିଥିଲେ ଯେ ତାଙ୍କ ବାପା ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଅମ୍ଳଜାନ ସ୍ତର ୮୫ ପାଖାପାଖି ରହିଛି। ତେଣୁ ସେ ବିଶେଷ କିଛି କହିପାରିବେ ନାହିଁ। ତେବେ ଦଳୀୟ କର୍ମୀମାନେ ଏହାକୁ ନାପସନ୍ଦ କରି ଲାଲୁଙ୍କ ଠାରୁ ଶୁଣିବାକୁ ଚାହିଁଥିଲେ। ଏହି ଅବସରରେ ଦଳୀୟ ବିଧାୟକ ଏବଂ ପରାଜିତ ହୋଇଥିବା ଦଳର ନେତାମାନେ ନିଜ ନିଜ ଅଞ୍ଚଳରେ ଆରଜେଡି କୋଭିଡ କେନ୍ଦ୍ର ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଥିଲା। ଲାଲୁଙ୍କ ବଡପୁଅ ତେଜ ପ୍ରତାପ ଯାଦବ ମଧ୍ୟ ଏହି ବୈଠକରେ ଉଦବୋଧନ ଦେଇଥିଲେ। ସେ ପ୍ରସ୍ତାବ ଦେଇ କହିଥିଲେ ଯେ ରାଜ୍ୟର ସମସ୍ତ ୨୪୩ ବିଧାନସଭା କ୍ଷେତ୍ରରେ ଦଳ ‘ଲାଲୁ ରଷୋଇ’ (ଲାଲୁ ଗୋଷ୍ଠୀ ରୋଷଶାଳା) ପରିଚାଳନା କରିବା ଆବଶ୍ୟକ, ଯେଉଁଠରେ ଖାଦ୍ୟ ପ୍ରସ୍ତୁତ କରାଯାଇ ମାଗଣାରେ ବଣ୍ଟନ କରାଯିବ। ଏହାକୁ ଦଳୀୟ କର୍ମୀମାନେ ତାଳିମାରି ସ୍ୱାଗତ କରିଥିଲେ ମଧ୍ୟ ତାହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories