ଦେଶ/ବିଦେଶ ଖବର
ନୂଆଦିଲ୍ଲୀ: ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସବାନନ୍ଦ ସୋନୱାଲ ରବିବାର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜପାଳ ଜଗଦୀଶ ମୁଖୀଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟପଟେ ହିମନ୍ତ ବିଶ୍ଵ ଶର୍ମା ଆସାମର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି
ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସାମ୍ବାଦିକ ସମ୍ମିଳନୀ ଯୋଗେ ଦିଲ୍ଲୀରରେ ତାଲାବନ୍ଦ ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି। ଦିଲ୍ଲୀରେ ଆସନ୍ତା ସୋମବାର ସକାଳ ୫ଟା ଯାଏଁ ତାଲାବନ୍ଦ ରହିବ
ଉତ୍ତରପ୍ରଦେଶର ଗତ ୨ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ତେଣୁ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ମଇ ୧୭ ଯାଏଁ ତାଲାବନ୍ଦ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି
ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ୨୦୨୦ରେ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସମୟରେ କେନ୍ଦ୍ର ସରକାର ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ବାରା ପ୍ରସ୍ତୁତ କରୋନା ଔଷଧକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି ଔଷଧର ନାମ ହେଉଛି ୨-ଡିଓକ୍ସି-ଡି-ଗ୍ଲୁକୋଜ ବା ୨-ଡିଜି। କରୋନାରୁ ଆରୋଗ୍ୟ ପାଇଁ ଏହି ଔଷଧ ବ୍ୟବହାର କରାଯିବ
ଲକ୍ଷ୍ନୌ: ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ (ଏଏମୟୁ)ରେ କରୋନା ମହାମାରୀ କାଳ ସାଜିଛି। ଦୁଇ ସପ୍ତାହ ମଧ୍ୟରେ ବିଶ୍ଵବିଦ୍ୟାଳୟର ୧୫ ପ୍ରଫେସର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ବିଶ୍ଵବିଦ୍ୟାଳୟରେ ଶୋକର ବାତାବରଣ ଖେଳିଯାଇଛି।
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ଦେଶରେ ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି।
ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍ ଚେତାବନୀ ଦେଇଛି। ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ। ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି। ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।
ରାଜ୍ୟ ଖବର
ନୂଆଦିଲ୍ଲୀ/ଭୁବନେଶ୍ୱର: ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଛି। ଏଥିଲାଗି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି।
ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।
ଭୁବନେଶ୍ୱର: ଦିନକ ପରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୂ ସୂଚନା ଦିଆଯାଇଛି।