www.samajalive.in
Sunday, December 14, 2025
15.1 C
Bhubaneswar

ବିରାଟ -ଅନୁଷ୍କା ଦାନକଲେ ଦୁଇ କୋଟି

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ବିତୀୟ ଲହର ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ସହଯୋଗର ହାତ ବଢାଇଛନ୍ତି। ବିରାଟ ଓ ଅନୁଷ୍କା କରୋନା ମହାମାାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ସ୍ବଚ୍ଛତାର ସହ ଦାନ କରିବାକୁ ଅନୁରୋଧ କରିଛନ୍ତି।

- Advertisement -

ବିରାଟ ଏକ ଭିଡ଼ିଓ ଶେୟାର କରି କହିଛନ୍ତି ଯେ, ଅନୁଷ୍କା କୋଭିଡ଼ -୧୯ ଲଢେଇ ବିରୁଦ୍ଧରେ ଅଧିକରୁ ଅଧିକ ଅର୍ଥ ସଂଗ୍ରହ କରିବାକୁ ପ୍ରୟାସ କରୁଛନ୍ତି। ବିରାଟ ଓ ଅନୁଷ୍କାଙ୍କ ଏହି ମହତ କାର୍ଯ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଦୁହିଁଙ୍କୁ ବେଶ ପ୍ରଶଂସା କରାଯାଉଛି। ବିରାଟ ଓ ଅନୁଷ୍କା ଏହି ଅଭିଯାନରେ ୭ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି। ଦୁହେଁ ପାଣ୍ଠି ସଂଗ୍ରହ କରୁଥିବା ଏକ ସଂସ୍ଥା କେଟୋ ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଛନ୍ତି। ଏହି ଅଭିଯାନ ୭ ଦିନ ଧରି ଚାଲିବ ଏବଂ ସଂଗୃହିତ ପାଣ୍ଠି ଏସ୍‌ଟି ଗ୍ରାଣ୍ଟ ନାମକ ଏକ ସଂସ୍ଥାକୁ ଦିଆଯିବ। ଯାହା ଅମ୍ଲଜାନ ଓ ଚିକିତ୍ସା ସୁବିଧା ଯୋଗାଇବା କ୍ଷେତ୍ରରେ କାର୍ଯ୍ୟ କରିବ। ଆଇପିଏଲରେ କରୋନା ପଶିବା ପରେ ବିସିସିଆଇ ଆଇପିଏଲର ୧୪ଶ ସଂସ୍କରଣକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଆଇପିଏଲ ସ୍ଥଗିତ ହେବା ପରେ ଖେଳାଳିମାନେ ନିଜନିଜ ଘରକୁ ଫେରିଛନ୍ତି। କୋହଲି ମୁମ୍ବଇରେ ରହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories