www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ପରିସ୍ଥିତି ଉପରେ ସର୍ବଦଳୀୟ ବୈଠକ ଡାକିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଶୁଣିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଛନ୍ତି। କୋଭିଡ ଜନିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସର ସମସ୍ତ ସାଂସଦଙ୍କୁ ନେଇ ଆୟୋଜିତ ଏକ ବୈଠକରେ ସୋନିଆ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖିଛନ୍ତି। ଏଥିସହିତ ସଙ୍କଟକୁ କିଭଳି ସଫଳତା ସହିତ ମୁକାବିଲା କରିହେବ ତାହା ଉପରେ ସେ ଦଳୀୟ ସାଂସଦମାନଙ୍କର ମତ ଲୋଡିଥିଲେ। ସୋନିଆ କହିଥିଲେ, ବ୍ୟବସ୍ଥା ବିଫଳ ହୋଇନାହିଁ, କିନ୍ତୁ ମୋଦି ସରକାର ଭାରତର ରହିଥିବା ଅନେକ ସାମର୍ଥ୍ୟ ଓ ସମ୍ବଳକୁ ସଠିକ ଭାବରେ ଉପଯୋଗ କରିବାରେ ଅସମର୍ଥ ହୋଇଛନ୍ତି। ଭାରତ ସଂପ୍ରତି ଏମତି ଜଣେ ରାଜନୈତିକ ନେତୃତ୍ୱଙ୍କ ଦ୍ୱାରା କବଳିତ ହୋଇଛି ଯାହାଙ୍କର ସାଧାରଣ ଜନତାଙ୍କ ପ୍ରତି ଦରଦ ନାହିଁ। ସରକାର ଦେଶର ଜନସାଧାରଣଙ୍କୁ ବିଫଳ କରିଦେଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ସେ ନିଜେ ପୂର୍ବରୁ କେନ୍ଦ୍ରକୁ ଏକାଧିକ ପତ୍ରଲେଖି କେତେକ ଉପଯୋଗୀ ଏବଂ ବାସ୍ତବ ପ୍ରସ୍ତାବ ଦେଇଛନ୍ତି। ସେ ବ୍ୟକ୍ତିଗତ ଭାବରେ ମଧ୍ୟ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମ୍ପର୍କରେ ରହିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହିତ ସେମାନଙ୍କ ରାଜ୍ୟର ଗମ୍ଭୀର ସ୍ଥିତି ବାବଦରେ କଥା ହୋଇଛନ୍ତି। କିନ୍ତୁ ଏସବୁ ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। କେନ୍ଦ୍ର ସରକାର ଭାବୁଛନ୍ତି ଯେ କରୋନା ପରିସ୍ଥିତି ମୁକାବିଲା କରିବାର ଉତ୍ତର କେବଳ ତାଙ୍କ ପାଖରେ ରହିଛି। ସେଥିପାଇଁ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories