www.samajalive.in
Sunday, December 14, 2025
23.1 C
Bhubaneswar

ଅମ୍ଳଜାନ ଯୋଗାଣ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟର ନାପସନ୍ଦ

ନୂଆଦିଲ୍ଲୀ: କର୍ଣ୍ଣାଟକକୁ ଅଧିକ ପରିମାଣର ଅମ୍ଳଜାନ ଯୋଗାଇ ଦେବା ନେଇ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ମେ ୫ରେ ଉଚ୍ଚ ନ୍ୟାୟାଳୟ କର୍ଣ୍ଣାଟକକୁ ୯୬୫ ମେଟ୍ରିକ ଟନ୍ ପରିବର୍ତ୍ତେ ୧୨୦୦ ମେଟ୍ରିକ ଟନ୍‌ ଅମ୍ଳଜାନ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦେଶ ବିରୋଧରେ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଏମଆର ଶାହାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦେଶର ବହୁତ ବାସ୍ତବତା ରହିଛି ଓ ଏହା ସରକାରଙ୍କ କ୍ଷମତା ପରିସର।

କେନ୍ଦ୍ର ସରକାର ଅମ୍ଳଜାନ ଯୋଗାଣ ନେଇ ନିଜର ଅସୁବିଧା ସମ୍ପର୍କରେ କହୁଛନ୍ତି ମାତ୍ର ସରକାର ଚିନ୍ତା କରିବା ଦରକାର ଯେ ଗୋଟିଏ ରାଜ୍ୟକୁ ଆବଶ୍ୟକ ଅମ୍ଳଜାନ ନ ଦିଆଗଲେ ରୋଗୀଙ୍କ ଅବସ୍ଥା କ’ଣ ହେବ? କୌଣସି ରାଜ୍ୟରେ ଲୋକ ମରୁଥିବାବେଳେ ଉଚ୍ଚ ନ୍ୟାୟାଳୟ ନିରବରେ ବସି ପାରିବେ ନାହିଁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories