www.samajalive.in
Saturday, December 6, 2025
16.1 C
Bhubaneswar

ତୃତୀୟ ତରଙ୍ଗ ଆସିବା ପୂର୍ବରୁ ଅମ୍ଳଜାନ ଯୋଗାଣ ସୂତ୍ର ଜାଣିବାକୁ ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆସିବା ପୂର୍ବରୁ ରାଜ୍ୟଗୁଡିକୁ ଅମ୍ଳଜାନ ଆବଣ୍ଟନ, ତାହାର ଯୋଗାଣ ଏବଂ ପରିବହନ ଦିଗରେ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରକୁ କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଏହି ନୂଆ ତରଙ୍ଗରେ ପିଲାମାନେ ସଂକ୍ରମିତ ହେବା ଆଶଙ୍କା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଉପରେ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ।
ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏମ ଆର ଶାହଙ୍କୁ ନେଇ ଗଠିତ ପୀଠ କହିଥିଲେ ଯେ ପରବର୍ତ୍ତୀ କରୋନା ତରଙ୍ଗ ଆସିବା ପୂର୍ବରୁ ଅମ୍ଳଜାନ ବ୍ୟବସ୍ଥା, ଯୋଗାଣ ଏବଂ ଆବଣ୍ଟନ କ୍ଷେତ୍ରରେ ବିଜ୍ଞାନସମ୍ମତ ପଦ୍ଧତିରେ କେନ୍ଦ୍ର ସରକାର ଏକ ସୂତ୍ର ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ସଂପ୍ରତି ଶଯ୍ୟା ସଂଖ୍ୟାକୁ ଦେଖି ଅମ୍ଳଜାନ ଯୋଗାଣା ନିମନ୍ତେ ଯେଉଁଭଳି ବ୍ୟବସ୍ଥା କରାଯାଉଛି ତାହା କାମ କରିବ ନାହିଁ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ରାଜ୍ୟଗୁଡିକ ମଧ୍ୟରେ ଅମ୍ଳଜାନ ଆବଣ୍ଟନ ଓ ଯୋଗାଣ ପାଇଁ ଅକ୍ସିଜେନ ଅଡିଟ୍‍ ଆଧାରରେ ଫର୍ମୁଲା ପ୍ରସ୍ତୁତ କରାଯିବା ଆବଶ୍ୟକ। ଅକ୍ସିଜେନ ଅଡିଟ ହେଉଛି ଏକ ରାଜ୍ୟରେ ଅମ୍ଳଜାନର ପ୍ରକୃତ ଆବଶ୍ୟକତା ସମ୍ପର୍କରେ ସଠିକ ଆକଳନ କରିବା। ଆମେ ଏବେ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ ରହିଛୁ। ଏହର ତୃତୀୟ ପର୍ଯ୍ୟାୟ ହୁଏତ ସଂପୂର୍ଣ୍ଣ ଭିନ୍ନ ଚରିତ୍ର ବିଶିଷ୍ଟ ହୋଇପାରେ। କିନ୍ତ ଆଜିଠାରୁ ଆମେ ଯଦି ପ୍ରସ୍ତୁତ ରହିବା, ତେବେ ତାହା ମୁକାବିଲା କରିବାକୁ ସମର୍ଥ ହେବା। ଏଥିସହିତ ଆମକୁ ଆପଦକାଳୀନ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ମହଜୁଦ ବ୍ୟବସ୍ଥା କରିବାକୁ ହେବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ଉଲ୍ଲେଖ କରିଥିଲେ।
ମାନ୍ୟବର ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଯୁବ ଡାକ୍ତରମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ, ଯେଉଁମାନେ ସେମାନଙ୍କର ପାଠ୍ୟକ୍ରମ ଶେଷ କରିଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ତାହାସହିତ ଯେଉଁ ଯୁବ ନର୍ସମାନେ ତାଲିମ ନେଇସାରିଛନ୍ତି ସେମାନଙ୍କୁ ମଧ୍ୟ ଅନୁରୂପ ପ୍ରୋତ୍ସାହନ ଆବଶ୍ୟକ। ସେମାନଙ୍କୁ ସେମାନଙ୍କ ସେବାପାଇଁ ହଜାରେ ଦୁଇ ହଜାରେ ଦେଲେ ତାହା ସେମାନଙ୍କୁ ପ୍ରେରିତ କରିବ ନାହିଁ। ମାନ୍ୟବର ପୀଠ କୋଭିଡ ମହାମାରୀରେ ସେବା କରୁଥିବା ବୃତ୍ତିଧାରୀଙ୍କୁ ସେମାନଙ୍କ କ୍ୟାରିୟରରେ ଗ୍ରେସ ମାର୍କ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏବେ ଦେଶରେ ୧.୫ ଲକ୍ଷ ଡାକ୍ତର ଏନଇଇଟି ପାଇଁ ପ୍ରତୀକ୍ଷା କରିଛନ୍ତି ଏବଂ ସେମାନେ ସେମାନଙ୍କ ପାଠ ଶେଷ କରିସାରିଛନ୍ତି। ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦିଆଗଲେ ସେମାନେ ସେବା କରିପାରିବେ। ସେହିଭଳି ୨.୫ ଲକ୍ଷ ତାଲିମପ୍ରାପ୍ତ ନର୍ସ ଘରେ ବସିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories