www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌, ଭାରତୀୟ ଦଳ ଘୋଷିତ

ଫେରିଲେ ସାମି, ଜାଡେଜା ଓ ବିହାରୀ, କୁଳଦୀପ୍‌ ବାଦ୍‌

ନୂଆଦିଲ୍ଲୀ: ଭାରତ ଆସନ୍ତା ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ସହ ଆଇସିସି ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଓ ଅଗଷ୍ଟ -ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ବିସିସିଆଇ ସିନିୟର ମନୋନୟନ କମିଟି ପକ୍ଷରୁ ଶୁକ୍ରବାର ୨୦ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଆହତ ପାଇଁ ଦଳରୁ ଦୂରେଇ ରହିଥିବା ଷ୍ଟାର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା, ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ହନୁମା ବିହାରୀ ଓ ଦ୍ରୁତ ବୋଲର ମହମ୍ମଦ ସାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଆଙ୍ଗୁଠି ଭାଙ୍ଗିଯିବାରୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ଜାଡେଜା ବାଦ୍‌ ପଡିଥିଲେ। ଆଇପିଏଲରେ ଜାଡେଜା ଚମତ୍କାର ବ୍ୟାଟିଂ ଓ ବୋଲିଂ କରି ଦଳକୁ ଫେରିବା ଲାଗି ଦାବିଦାର ହୋଇଛନ୍ତି।

- Advertisement -

ସେହିପରି ହନୁମା ବିହାରୀ ଓ ମହମ୍ମଦ ସାମି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଆହତ ହୋଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଦଳରୁ ଦୂରରେ ରହିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦଳରେ ସାମିଲ ଥିବା ଲେଗ୍‌ ସ୍ପିନର କୁଳଦୀପ୍‌ ଯାଦବ, ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଭୁବନେଶ୍ବର କୁମାର ଓ ଚମତ୍କାର ଫର୍ମରେ ଥିବା ଓପନର ପୃଥ୍ବୀ ସ ଙ୍କୁ ଦଳରେ ସ୍ଥାନ ମିିିଳିନାହିଁ। ଦଳରେ ୩ ଜଣ ଓପନର ଶୁବମାନ ଗିଲ୍‌, ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ସହ ଲୋକେଶ ରାହୁଲ ମଧ୍ୟ ରହିଛନ୍ତି। ପୃଥ୍ବୀ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ବିଫଳ ହେବା ପରେ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା । ଚଳିତ ବିଜୟ ହଜାରେ ଟ୍ରଫିରେ ପୃଥ୍ବୀ ୮୦୦ ଓ ଆଇପିଏଲରେ ୮ଟି ମ୍ୟାଚରୁ ୩୦୮ରନ କରିବା ସହିତ ଫର୍ମକୁ ଫେରିଥିଲେ ମଧ୍ୟ ମନୋନୟନକାରୀ ବିଚାରକୁ ନେଇନାହାନ୍ତି।

ଅନ୍ୟପକ୍ଷରେ ଷ୍ଟାଣ୍ଡବାଇ ଭାବେ ବେଙ୍ଗଲ ବ୍ୟାଟ୍‌ସମ୍ୟାନ ଅଭିମନ୍ୟୁ ଇଶ୍ବରନ, ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ ଓ ଅର୍‌ଜାନ୍ ନାଗ୍‌ୱାସୱାଲାଙ୍କୁ ସାମିଲ କରାଯାଇଛି। ଲୋକେଶ ରାହୁଲ ଓ ୱିକେଟକିପର ରିଦ୍ଧିମାନ ସାହା ଦଳର ସଦସ୍ୟ ରହିଥିଲେ ମଧ୍ୟ ଫିଟ୍‌ନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଦଳରେ ସାମିଲ ହେବେ। ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ପ୍ରଥମ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବ। ପରେ ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ।

ଭାରତୀୟ ଦଳ : ରୋହିତ ଶର୍ମା, ଶୁବମାନ୍ ଗିଲ୍‌, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ୍‌ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଯଶପ୍ରୀତ୍‌ ବୁମ୍‌ରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ୍‌, ସାର୍ଦୁଳ ଠାକୁର, ଉମେଶ ଯାଦବ । ଲୋକେଶ ରାହୁଲ ଓ ରିଦ୍ଧିମାନ ସାହା (ଫିଟ୍‌ନେସ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ପରେ ଦଳରେ ସାମିଲ ହେବେ। ଷ୍ଟାଣ୍ଡବାଇ୍‌ -ଅଭିମନ୍ୟୁ ଇଶ୍ବରନ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ ଓ ଅର୍‌ଜାନ ନାଗୱସୱାଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories