www.samajalive.in
Sunday, December 7, 2025
23.1 C
Bhubaneswar

ଟିକାକରଣ ପାଇଁ ଆଜିଠୁ ୪ ସଂଖ୍ୟା ବିଶିଷ୍ଟ ସୁରକ୍ଷା ଚାବି

ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଯାଉଥିବା ପୋର୍ଟାଲ ‘କୋୱିନ୍‌’ରେ ୪ସଂଖ୍ୟା ବିଶିଷ୍ଟ ସୁରକ୍ଷା ଚାବି (ସିକ୍ୟୁରିଟି କୋଡ୍‌) ବ୍ୟବସ୍ଥା କରାଯାଇଛି। ଏହା ଆଜି ଠାରୁ କାର୍ଯ୍ୟକାରୀ ହେବ। ଏହାଦ୍ବାରା ନାମ ପଞ୍ଜୀକରଣ ଓ ଟିକାରକଣର ସ୍ଥିତି ସମ୍ପର୍କିତ ତ୍ରୁଟି ସୁଧାରି ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟିକାରକଣ ପାଇଁ ନାମ ପଞ୍ଜୀକରଣ କରୁଥିବା ହିତାଧିକାରୀ ବାସ୍ତବରେ ଟିକା ନେଇ ନ ଥିଲେ ମଧ୍ୟ ତାଙ୍କ ନିକଟରେ ଟିକା ନେଇଥିବାର ସୂଚନା ପହଞ୍ଚୁଥିବା ଦେଖାଯାଉଛି। ଏଭଳି ଭୁଲ୍‌ ସୁଧାରିବା ପାଇଁ କର୍ତ୍ତୃପକ୍ଷ ନୂଆ ପଦକ୍ଷେପ ନେଇଛନ୍ତି।

ଅନ୍‌ଲାଇନ୍‌ରେ ପଞ୍ଜୀକରଣ ପରେ ଏଣିକି ଏକ ୪ ସଂଖ୍ୟା ବିଶିଷ୍ଟ ସୁରକ୍ଷା ଚାବି ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହା ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଟିକାକରଣ ସୂଚନା ବାର୍ତ୍ତାରେ ଉଲ୍ଲେଖ ରହିବ, ଟିକାକରଣ କର୍ମଚାରୀ ଏହା ଜାଣିବେ ନାହିଁ। ଟିକାକରଣ ପୂର୍ବରୁ ଟିକା ଦେଉଥିବା ଅଧିକାରୀ ଏହି ୪ ସଂଖ୍ୟା ବିଶିଷ୍ଟ ଚାବି ବା କୋଡ୍‌ ସମ୍ପର୍କରେ ଅବଗତ ହେବେ ଏବଂ ଏହାକୁ ‘କୋୱିନ୍‌’ ଲିପିବଦ୍ଧ କରିବେ। ଏହାଦ୍ବାରା ଟିକାକରଣ ଜନିତ ଭୁଲ୍‌ ଭଟକା ରହିବ ନାହିଁ। ଏହାଦ୍ବାରା ଟିକାକରଣ ହୋଇଥିବା ନିଧାର୍ଯ୍ୟ ହେବ। ଏହି ବ୍ୟବସ୍ଥା କେବଳ ଅନ୍‌ ଲାଇନ୍‌ ପଞ୍ଜୀକରଣ କ୍ଷେତ୍ରରେ ପ୍ରଯୁଜ୍ୟ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories