www.samajalive.in
Monday, December 15, 2025
16.1 C
Bhubaneswar

ଆସନ୍ତା ୩ ଦିନରେ କେନ୍ଦ୍ର ଯୋଗାଇ ଦେବ ୨୮ ଲକ୍ଷ ଟିକା

କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୭ କୋଟି ୧୫ଲକ୍ଷ ଟିକା ଦେଇସାରିଲେଣି। ଏଥିମଧ୍ୟରୁ ୧୬କୋଟି ୨୬ ଲକ୍ଷ ଟିକା ବ୍ୟବହୃତ ହୋଇଛି କିମ୍ବା ନଷ୍ଟ ହୋଇଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ଅଣାନବେ ଲକ୍ଷ କୋଭିଡ ଟିକା ଉପଲବ୍ଧ ରହିଛି। ଯେଉଁ ରାଜ୍ୟଗୁଡ଼ିକରେ ଟିକା ସରିଯାଇଛି ବୋଲି କୁହାଯାଉଛି, ସେହିସବୁ ରାଜ୍ୟଗୁଡ଼ିକରେ ଅଧିକା ଟିକା ନଷ୍ଟ ହୋଇଯାଇଛି କିମ୍ବା ଯେତିକି ଟିକା ବ୍ୟବହାର ହୋଇଛି ବୋଲି ଦର୍ଶାଯାଇଛି ତା’ଠାରୁ ସେମାନେ ଅଧିକ ବ୍ୟବହାର କରିଛନ୍ତି।

ସଶସ୍ତ୍ର ବାହିନୀକୁ ଯୋଗାଇ ଦିଆଯାଇଥିବା ଟିକାଗୁଡ଼ିକ ବିଷୟରେ ରାଜ୍ୟମାନେ ହିସାବ ଦେଇନାହାନ୍ତି। ଆସନ୍ତା ୩ ଦିନ ଭିତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହୁରି ୨୮ ଲକ୍ଷ ଟିକା ଯୋଗାଇ ଦିଆଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କେନ୍ଦ୍ର ସରକାର କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମର ନେତୃତ୍ୱ ନେଉଛନ୍ତି। କେନ୍ଦ୍ର ସରକାରଙ୍କ ୫ଦଫା ଉପାୟ ହେଉଛି- କରୋନା ନମୁନା ପରୀକ୍ଷା, ଚିହ୍ନଟ କରିବା, ଚିକିତ୍ସା, କୋଭିଡ ନିୟମ ପାଳନ ଏବଂ ଟିକାକରଣ।

- Advertisement -

ଏଥିମଧ୍ୟରେ ଟିକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି। ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚଳିତମାସ ପହିଲାରୁ ଆରମ୍ଭ ହୋଇଛି ଏବଂ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଏପ୍ରିଲ ୨୮ ତାରିଖରୁ ପଞ୍ଜିକରଣ ପାଇଁ ଅନୁମତି ଦିଆଯାଇଥିଲା। ଯୋଗ୍ୟ ହିତାଧିକାରୀମାନେ କୋ ୱିନ୍‍ ପୋର୍ଟାଲ୍‍ କିମ୍ବା ଆରୋଗ୍ୟ ସେତୁ ଆପ୍‍ ଜରିଆରେ ସିଧାସଳଖ ପଞ୍ଜିକରଣ କରିପାରିବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories