www.samajalive.in
Saturday, December 13, 2025
26.1 C
Bhubaneswar

ରାତି ୮ଟା ସୁଦ୍ଧା ମୁଖ୍ୟ ସମ୍ବାଦ( ମେ’୬ ୨୦୨୧)

–ଭୁବନେଶ୍ବରରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ, ୨୦୨୨ ଜୁନ୍‌ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ବାୟୋ-ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍‌ ପ୍ରୋତ୍ସାହନ ନିମନ୍ତେ ୧୫କୋଟି ଟଙ୍କାର ପ୍ରାବଧାନ।

–ଓଡ଼ିଶାରେ କୋଭିଡ୍-୧୯ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଭିତିଭୂମିକୁ ବଢାଇବା ଉପରେ ଗୁରୁତ୍ୱାରୋପ

- Advertisement -

– ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୬୮୫୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୨୩୨୫୭କୁ ବୃଦ୍ଧି

– ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି, ଆଜି ସୁଦ୍ଧା ୩୪୫ଟି ଟ୍ୟାଙ୍କର୍‍ ଯୋଗେ ପଠାଯାଇଛି ୬୩୫୪.୭୪୨ ଟନ୍‍ ଅମ୍ଳଜାନ
– କରୋନା ଆକ୍ରାନ୍ତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପତ୍ନୀଙ୍କ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ୧ କୋଟି ୧୬ ଲକ୍ଷ ଲୋକଙ୍କ ମଧ୍ୟରୁ ୪୩.୫୫ ଲକ୍ଷ ପ୍ରଥମ ଡୋଜ ନେଇଥିବା ସୂଚନା
– ଅତିରିକ୍ତ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା, ୧୫ ଲକ୍ଷ ଡୋଜ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ

– କରୋନା ସଚେତନତା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫କୋଟି ଜରିମାନା ଆଦାୟ ହୋଇଛି।
– ପଶ୍ଚିମବଙ୍ଗ ମେଦିନାପୁରର ପଞ୍ଚଖୁରୀରେ କେନ୍ଦ୍ରମନ୍ତ୍ରୀ ଭି ମୂରଲୀଧରନଙ୍କ ଗାଡି ଉପରେ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ
– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬୭୩
– କରୋନା ପରିଚାଳନା ପାଇଁ ୩ ଜିଲାକୁ ୭.୬୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି, ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ
– ଦେଶରେ ଦିନକରେ ୪.୧୨ ଲକ୍ଷ ନୂଆ ସଂକ୍ରମିତ, ୩୯୮୦ ମୃତ
– ରାଜ୍ୟରେ ଆଜି ନୂଆ ୧୦,୫୨୧ କରୋନା ସଂକ୍ରମିତ ଚିହ୍ନଟ, ୧୭ ମୃତ

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories