www.samajalive.in
Saturday, December 6, 2025
19.1 C
Bhubaneswar

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା, କୋହଲି ୫ମ, ପନ୍ତ୍ ୬ଷ୍ଠ ସ୍ଥାନରେ

ଦୁବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ରହିଛନ୍ତି। ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ପୂର୍ବପରି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ୩ଟି ସ୍ଥାନର ଉନ୍ନତି ଘଟାଇ ଋଷଭ ପନ୍ତ୍ ଯୁଗ୍ମ ୬ଷ୍ଠ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ବାମହାତି ଋଷଭ ପନ୍ତ୍ ଚମତ୍କାର ପ୍ରଦର୍ଶନ କରିବା ଯୋଗୁଁ ତାଙ୍କ ମାନ୍ୟତା​ରେ ଉନ୍ନତି ଘଟିଛି। ଶୀର୍ଷ-୧୦ରେ ଥିବା ୩ୟ ଭାରତୀୟ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ହେଲେ ରୋହିତ ଶର୍ମା। ଏହି ଓପ୍‌ନର ୭୪୭ ପଏଣ୍ଟ ସହ ଯୁଗ୍ମ ୬ଷ୍ଠ ସ୍ଥାନରେ ରହିଛନ୍ତି। ରୋହିତଙ୍କ ସହ ଅଛନ୍ତି ପନ୍ତ୍ ଓ ନ୍ୟୁଜିଲାଣ୍ଡର ହେନ୍‌ରି ନିକୋଲ୍‌ସ।
ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଭୟ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ୪ଟି ସ୍ଥାନର ଉନ୍ନତି ଘଟାଇ ୧୧ଶ ସ୍ଥାନରେ ରହିଛନ୍ତି।

ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ। ତାଙ୍କ ତଳକୁ ଥିବା ୩ ବ୍ୟାଟ୍‌ସମ୍ୟାନ୍ ହେଲେ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲାବୁସେନ୍ ଏବଂ ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌। ଟେଷ୍ଟ ବୋଲିଂ ବିଭାଗରେ ପୂର୍ବ ପରି ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସ ଶୀର୍ଷସ୍ଥାନରେ ରହିଛନ୍ତି। ଫାଷ୍ଟବୋଲର କମିନ୍‌ସ ୯୦୮ ପଏଣ୍ଟ ପାଇଥିବା ବେଳେ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ୮୫୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। ଶୀର୍ଷ ୧୦ରେ ଥିବା ବୋଲରଙ୍କ ମଧ୍ୟରେ ଅଶ୍ବିନ୍ ହେଉଛନ୍ତି ଏକମାତ୍ର ଭାରତୀୟ। ୩ୟରୁ ୫ମ ସ୍ଥାନ ସ୍ଥାନ ମଧ୍ୟରେ ରହିଛନ୍ତି ନ୍ୟୁଜିଲାଣ୍ଡର ନିଲ୍ ୱାଗ୍‌ନର, ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍ ଓ ଅଷ୍ଟ୍ରେଲିଆର ଜୋସ୍ ହାଜେଲଉଡ୍‌। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ୱେଷ୍ଟଇଣ୍ଡିଜ୍‌ର ଅଧିନାୟକ ଜେସନ୍ ହୋଲ୍‌ଡର ୪୨୩ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଏମାନଙ୍କ ତଳକୁ ଅଛନ୍ତି ଇଂଲଣ୍ଡର ବେନ୍ ଷ୍ଟୋକ୍‌ସ (୩୯୩), ଭାରତର ରବୀନ୍ଦ୍ର ଜାଡ଼େଜା (୩୮୬) ଓ ରବିଚନ୍ଦ୍ରନ ଅଶ୍ବିନ୍ (୩୫୩ ପଏଣ୍ଟ)।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories