www.samajalive.in
Friday, December 5, 2025
17.1 C
Bhubaneswar

କରୋନା: ହରଭଙ୍ଗା ବ୍ଲକରୁ ୩୪ ସଂକ୍ରମିତ ଚିହ୍ନଟ, ସଂଖ୍ୟା ଛୁଇଁଲା ୩୯୫

ହରଭଙ୍ଗା: ହରଭଙ୍ଗା ବ୍ଲକରୁ ବୁଧୁବାର ୩୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଈ ବ୍ଲକରେ ସଂକ୍ରମିତ ସଂଖ୍ୟା ଚାରିଶତକ ମୁହାଁ ହୋଇ ୩୯୫ରେ ପହଞ୍ଚିଛି। ଆଜି ଆକ୍ରାନ୍ତ ତାଲିକାରେ ସର୍ବାଧିକ ଧଳପୁରରୁ ୦୬ଜଣ, ବଡବନ୍ଧରୁ ୦୫ଜଣ, ବୁକେଶିଙ୍ଗାରୁ ୦୪ଜଣ, ପୁରୁଣାକଟକ, ଲାଣ୍ଡିବ.ବଡବନ୍ଧ, ପଙ୍କୁଆଳରୁ ୨ଜଣ ଲେଖାଏଁ, ସରସରା, ମଲ୍ଲିକପଡା, ବଡବାଗବର, ବିଶିପାଲ୍ଲୀ, ଜୟପୁର, ବୃନ୍ଦାବନ, ଚାରିଛକ, ଭୀମଖୋଳ, ବାମଣ୍ଡା, କୁଲିମୁଣ୍ଡା ଏବଂ ଆଡେଣିଗଡରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ନାଁ ଧରୁ ନ ଥିବାବେଳେ ପ୍ରତିଦିନ ବିଭିନ୍ନ ନୂଆ ନୂଆ ଗାଁକୁ ମହାମାରୀ କାୟାବିସ୍ତାର କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ଦଣ୍ଡଯାତ୍ରାରୁ ଗାଁ ଗାଁରେ ସଂକ୍ରମଣ ବୃଦ୍ଧି ଘଟିଥିବା କୁହାଯାଉଥିବାବେଳେ ବିଶେଷକରି ସେହି ଅଂଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡିଛି।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories