www.samajalive.in
Saturday, December 6, 2025
26.1 C
Bhubaneswar

ନଅ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ କୋବିଡ଼ ଆକ୍ରାନ୍ତ

ପାତ୍ରପୁର : କୁହାଯାଏ ଡାକ୍ତର ଭଗବାନ ଅଟନ୍ତି। ତେବେ ପେଟ ବ୍ୟଥା ସହ କୋଭିଡ ଆକ୍ରାନ୍ତ ହୋଇ ଜଣେ ଯୁବକ ଅନ୍ୟ ଡାକ୍ତର ଖାନାକୁ ଯିବାକୁ ଅମଙ୍ଗ ହୋଇ ନିଜର ଦୃଢ ମନୋବଳ ସହ ସହ ଡାକ୍ତରଙ୍କ ଉଦ୍ୟମ ଫଳରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ପାତ୍ରପୁର ବ୍ଳକ ସାମନ୍ତରାପୁର ଗ୍ରାମର ଶ୍ରୀରାମ ଗୌଡ଼ (୩୬) ଗତ ୨୬ତାରିଖରେ ଅସୁସ୍ଥ ହୋଇ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କର ପେଟ ଫୁଲିବା ସହ ପ୍ରବଳ ଯନ୍ତ୍ରଣା ଅନୁଭବ କରି ଥିଲେ। ଡାକ୍ତରଖାନାରେ ତାଙ୍କର କୋଭିଡ ଚିହ୍ନଟ ହୋଇ ଥିଲା। ଏହା ଦେଖି ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରିବା ସ୍ଥିର ହେବା ପରେ ସେ ଅନ୍ୟ ଡାକ୍ତର ଖାନାକୁ ଯିବାକୁ ମନା କରିଥିଲେ। ଏହା ଦେଖି ତାଙ୍କୁ ଡାକ୍ତରଖାନାରେ ଖୋଲା ଯାଇଥିବା  ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିଲା। ତେବେ ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ଥିବା ଜଣା ଯାଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା ସମ୍ବିତ କୁମାର ବେଗରାୟ ସୂଚନା ଦେଇ ଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories