www.samajalive.in
Sunday, December 7, 2025
14.1 C
Bhubaneswar

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ୨ ମାସ ପାଇଁ ମିଳିବ ଅତିରିକ୍ତ ଖାଦ୍ୟଶସ୍ୟ

ମେ’ ଏବଂ ଜୁନ୍ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନାର ତୃତୀୟ ପର୍ଯ୍ୟାୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପଂଜିକୃତ ହିତାଧିକାରୀଙ୍କୁ ଅତିରିକ୍ତ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଗତ ମାସରେ ଏପ୍ରିଲ୍ ୨୩ରେ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏହାକୁ ପିଛହିଲା ଭାବେ ମଞ୍ଜୁରୀ ପ୍ରଦାନ କରାଯାଇଛି।

ସରକାର ଘୋଷଣା କରିଥିଲେ ଯେ ଏହି ଯୋଜନା ଅଧୀନରେ ୮୦ କୋଟି ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯିବ। ଏହି ସ୍ୱତନ୍ତ୍ର ଯୋଜନା ଅଧୀନରେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଉଭୟ ବର୍ଗ ଅନ୍ତୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକତା ଗୃହଧାରୀଙ୍କୁ ମାଗଣା ଗହମ/ଚାଉଳର ଅତିରିକ୍ତ କୋଟା ଯୋଗାଇ ଦିଆଯିବ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏହି ନିଷ୍ପତ୍ତିକୁ ପ୍ରାକ-ଅନୁମୋଦନ ଦେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଆବଣ୍ଟନ ଅନୁପାତ ଆଧାରରେ ଏହି ଖାଦ୍ୟଶସ୍ୟ ଯୋଗାଣ କରାଯିବ। ତେବେ ସ୍ଥାନୀୟ ଅଂଚଳରେ ଲକଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ବଣ୍ଟନ ଅବଧି ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories