www.samajalive.in
Sunday, December 7, 2025
14.1 C
Bhubaneswar

ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା; ମରାଠାଙ୍କ ପାଇଁ ୧୬% ସଂରକ୍ଷଣ ନିଷ୍ପତ୍ତି ଖାରଜ

ନୂଆଦିଲ୍ଲୀ: ମରାଠା ସମ୍ପ୍ରଦାୟଙ୍କ ପାଇଁ ସଂରଣକ୍ଷ ଉପରେ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟ୍‌କା ଦେଇଛନ୍ତି। ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬% ସଂରଣକ୍ଷ ଦେବା ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ନିରସ୍ତ୍ର କରିଦେଇଛନ୍ତି। ଗତ ମାର୍ଚ୍ଚ ୨୬ରେ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ଶେଷ କରିଥିବାବେଳେ ସଂରକ୍ଷିତ ରଖିଥିବା ରାୟକୁ ଆଜି ପ୍ରକାଶ କରିଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଇନ୍ଦିରା ସାହନୀ ମାମଲାରେ ପୁନର୍ବାର ବିଚାର କରିବାର ଆବଶ୍ୟକତା ନାହିଁ। ବିଚାରପତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ମରାଠା ସମ୍ପ୍ରଦାୟଙ୍କୁ ୧୬% ସଂରକ୍ଷଣ ଦିଆଗଲେ ସଂରକ୍ଷଣର ଅଧିକତମ ସୀମା (୫୦%) ଅତିକ୍ରମ କରୁଛି, ଯାହା ଅସାମ୍ବିଧାନିକ।

- Advertisement -

ମାମଲାର ଶୁଣାଣି କରିଥିବା ସାମ୍ବିଧାନିକ ଖଣ୍ଡପୀଠରେ ବିଚାରପତି ଅଶୋକ ଭୂଷଣଙ୍କ ବ୍ୟତୀତ ବିଚାରପତି ଏଲ. ନାଗେଶ୍ଵର ରାଓ, ବିଚାରପତି ଏସ. ଅବଦୁଲ ନଜୀର, ବିଚାରପତି ହେମନ୍ତ ଗୁପ୍ତା ଓ ଏସ. ରବୀନ୍ଦ୍ର ଭଟ୍ଟ ସାମିଲ ଅଛନ୍ତି। ସଂରକ୍ଷଣ ସୀମା ୫୦% ଅତିକ୍ରମ କରିବା ସମାନତାର ମୌଳିକ ଅଧିକାର ବିରୋଧୀ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ କହିଛନ୍ତି, ମରାଠାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ପାଇଁ ଗାଏକ୍‌ୱାଡ ଆୟୋଗ କିମ୍ବା ହାଇକୋର୍ଟଙ୍କ ପାଖରେ କୌଣସି ଠୋସ୍‌ ଆଧାର ନ ଥିଲା। ଏଭଳି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଯେଉଁଥିପାଇଁ ସଂରକ୍ଷଣ ସୀମା ୫୦%ରୁ ଅଧିକ କରାଯିବା ଦରକାର। ମରାଠା ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷଣୀୟ ଏବଂ ସାମାଜିକ ସ୍ତରରେ ପଛୁଆ କରାଯାଇପାରିବ ନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମହରାଷ୍ଟ୍ରର ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories