www.samajalive.in
Saturday, December 6, 2025
23.1 C
Bhubaneswar

କେଜ୍ରିୱାଲଙ୍କ ଘୋଷଣା: ୭୨ ଲକ୍ଷ ଲୋକଙ୍କୁ ମାଗଣା ରାସନ, ଟ୍ୟାକ୍ସି ଓ ଅଟୋ ଚାଳକଙ୍କୁ ୫ ହଜାର

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମହାମାରୀ ଯୋଗୁ ତାଲାବନ୍ଦ ଲାଗୁ ହୋଇଛି। ଏହି ସମୟ ଭିତରେ ୭୨ ଲକ୍ଷ ଲୋକଙ୍କୁ ୨ ମାସ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଏହାବ୍ୟତୀତ ଦିଲ୍ଲୀର ସମସ୍ତ ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଯେତେ ବି ଅଟୋଚାଳକ ଏବଂ ଟ୍ୟାକ୍ସି ଚାଳକ ଅଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ଫଳରେ ପ୍ରାୟ ଦେଢ଼ ଲକ୍ଷ ଅଟୋ-ଟ୍ୟାକ୍ସି ଚାଳକ ଉପୃକତ ହେବେ। ଗତ ସପ୍ତାହରେ ଶ୍ରମିକମାନଙ୍କୁ ଏପରି ସହାୟତା ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦୁଇ ମାସର ରାସନ ସାମଗ୍ରୀ ମିଳିବା ଅର୍ଥ ନୁହେଁ ଯେ ୨ ମାସ ଧରି ତାଲାବନ୍ଦ ଚାଲିବ। ପରିସ୍ଥିତି ସୁଧୁରୁ ଏବଂ ଖୁବଶୀଘ୍ର ତାଲାବନ୍ଦ ହଟାଯାଉ ବୋଲି ସେ ଚାହୁଁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, କରୋନା ଯୋଗୁ ଦିଲ୍ଲୀରେ କଠିନ ପରିସ୍ଥିତି ଜାରି ରହିଛି। ଏଭଳି ସ୍ଥିତିରେ ଯଦି ଯେଉଁମାନେ ଅନ୍ୟ କାହାର ସହାୟତା କରିପାରୁଛନ୍ତି, ସେମାନେ ସହାୟତା କରନ୍ତୁ। ଯଦି କାହାକୁ ଖାଦ୍ୟ ଦରକାର ପଡ଼ୁଛି କିମ୍ବା ଶଯ୍ୟା କି ଅମ୍ଳଜାନ ସିଲିଣ୍ଡର ଦରକାର ପଡ଼ୁଛି, ତେବେ ସେଥିରେ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories