www.samajalive.in
Saturday, December 6, 2025
14.1 C
Bhubaneswar

୨ ବର୍ଷର ପୁଅକୁ ୧୮ ଲକ୍ଷ ଟଙ୍କାରେ ବିକିଲା ବାପା

ଝେଜିଆଙ୍ଗ (ଚୀନ): ନିଜ ନୂଆ ପତ୍ନୀଙ୍କୁ ଖୁସି କରିବାକୁ ତାଙ୍କୁ ବୁଲାଇନେବାକୁ ଚାହିଁଲେ ସ୍ୱାମୀ। ସେଥିପାଇଁ ଦରକାର ହେଲା ଟଙ୍କା। ଟଙ୍କା ଯୋଗାଡ କରିବାକୁ ଶେଷରେ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରିଦେଲେ ଏହି ବ୍ୟକ୍ତି ଜଣକ। ପୁଅକୁ ବିକି ୧୮ ଲକ୍ଷ ଟଙ୍କା ଆଣିଥିଲେ। ଉକ୍ତ ଟଙ୍କାରେ ସେ ନୂଆ ପତ୍ନୀଙ୍କୁ ନେଇ କେଉଁଠାକୁ ବୁଲିବାକୁ ଗଲେ, କଣ କଲେ, ତାହାପରେ ତାଙ୍କର କଣ ହେଲା; ଜାଣନ୍ତୁ ଏହି ରିପୋର୍ଟରୁ।
ଘଟଣା ଘଟିଛି ଚୀନର ଝେଜିଆଙ୍ଗରେ। ଝେଜିଆଙ୍ଗ ଲିଗାଲ ଦୈନିକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଜି’ ନାମକ ଏହି ବ୍ୟକ୍ତି ଜଣକ ବରାଦର ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହିତ ଝଗଡା କରୁଥିଲେ। ଶେଷରେ ତାଙ୍କୁ କେମିତି ଖୁସି କରିବେ ସେହି ଚିନ୍ତା କରୁଥିଲେ ଜି। ଜି’ଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ଦୁଇବର୍ଷର ପୁଅଟିଏ ଅଛି। ପିଲା ଜଞ୍ଜାଳରୁ ମୁକ୍ତ ହେବାକୁ ନିଷ୍ପତ୍ତି ନେଲେ ଜି। ଶେଷରେ ନିଜର ଦୁଇବର୍ଷର ପୁଅ ଜିଆଜିଆକୁ ବିକ୍ରି କରିଦେଲେ ଭାରତୀୟ ମୁଦ୍ରା ୧୮ ଲକ୍ଷ ଟଙ୍କାରେ।
ଜିଆଜିଆ ଥିଲା ତାଙ୍କ ପ୍ରଥମ ପତ୍ନୀଙ୍କ ଗର୍ଭରୁ ଜନ୍ମିତ ସନ୍ତାନ। ଜି ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବାପରେ ପୁଅକୁ ପାଖରେ ରଖିଥିଲେ। ପ୍ରଥମ ପତ୍ନୀ ନିଜ ସାଙ୍ଗରେ ସେମାନଙ୍କର ଝିଅକୁ ନେଇଯାଇଥିଲେ। କିନ୍ତୁ ଅନ୍ୟ ସହରକୁ କାମ ପାଇଁ ଯିବାକୁ ଥିବାରୁ ଜି ତାଙ୍କ ପୁଅ ଜିଆଜିଆକୁ ନିଜ ଭାଇ ଲିନ୍‍ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଜିମା ଦେଇ ଚାଲିଗଲେ। ତେବେ ଗତ ମାସରେ ଜି ତାଙ୍କ ଭାଇଙ୍କ ଘରକୁ ଯାଇ ତାଙ୍କର ଦ୍ୱିତୀୟ ପତ୍ନୀ ପୁଅକୁ ଦେଖିବାକୁ ଚାହୁଁଛନ୍ତି କହି ସାଙ୍ଗରେ ଜିଆଜିଆକୁ ନେଇଆସିଲେ। କିନ୍ତୁ ତାହାର କିଛିମାସ ପରେ ଲିନ୍‍ ନିଜ ପୁତୁରା ସମ୍ପର୍କରେ କିଛି ଖବର ନପାଇବାରୁ ପୁଲିସକୁ ଖବର ଦେଲେ। ପୁଲିସ ଏ ସମ୍ପକରେ ଖୋଳତାଡ କରିବାରୁ ଜଣାଗଲା ଯେ ଜି ତାଙ୍କ ପୁଅ ଜିଆଜିଆକୁ ଝାଙ୍ଗସୁସ୍ଥିତ ଏକ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରି ତାଙ୍କ ଠାରୁ ୧୮ ଲକ୍ଷ ଟଙ୍କା (୧୫୮,୦୦୦ ୟୁଆନ) ନେଇ ଆସିଛନ୍ତି। ଉକ୍ତ ଟଙ୍କାକୁ ଧରି ଜି ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହିତ ଦେଶର ବିଭିନ୍ନ ଭାଗ ବୁଲିଛନ୍ତି। ଶେଷରେ ପୁଲିସ ଜି ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜିଆଜିଆକୁ ନିଜ ଦାଦାଙ୍କ ନିକଟରେ ଛାଡି ଦିଆଯାଇଛି।
ଚୀନରେ ଏଭଳି ଘଟଣା କିଛି ନୂଆ ନୁହେଁ। ଗତବର୍ଷ କରୋନା ସଂକ୍ରମଣ କାରଣରୁ ନିଜର ରୋଜଗାର ହରାଇଥିବା ଦେଶର ଜଣେ ପ୍ରବାସୀ ଶ୍ରମିକ ତାଙ୍କର ନବଜାତ ପୁଅକୁ ଜଣେ ଅଜଣା ବ୍ୟକ୍ତିଙ୍କୁ ୧୭.୭୪ ଲକ୍ଷ ଟଙ୍କାରେ ବିକ୍ରିକରି ପରିବାର ଭରଣପୋଷଣ ଖର୍ଚ୍ଚ ତୁଲାଇଥିଲେ। ତାହାପୂର୍ବରୁ ୨୦୧୬ରେ ଜଣେ ବ୍ୟକ୍ତି ତାଙ୍କର ନବଜାତ କନ୍ୟା ସନ୍ତାନକୁ ବିକ୍ରିକରି ଉକ୍ତ ଅର୍ଥରେ ନିଜ ପାଇଁ ଏକ ଆଇଫୋନ୍‍ ଓ ମୋଟରସାଇକେଲ କିଣିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories