www.samajalive.in
Saturday, December 6, 2025
14.1 C
Bhubaneswar

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର : କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ଆଜି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୦ ରୁ କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ସୂଚନା ଯୋଗ୍ୟ, ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ  ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେମାର୍ଚ୍ଚ ୩୦ରେ ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଥିଲେ। । ରାଜ୍ୟ ସରକାର ଏ ସମ୍ପର୍କରେ ଏପ୍ରିଲ ୧୩ ତାରିଖ ସୁଦ୍ଧା ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। । କିନ୍ତୁ ସରକାର କଣ ନିଷ୍ପତି ନେବେ ସେ ସମ୍ପର୍କରେ କୋର୍ଟ କିଛି କହିନଥିଲେ। ।
ଏହି ସମୟରେ ଯେଉଁ ସରକାରୀ ନିଷ୍ପତି ହେବ, ସେଥିରେ ଯଦି ଆବେଦନକାରୀ ସନ୍ତୁଷ୍ଟ ନ ହେବେ, ସେ ପୁନଃ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଥିଲେ।। ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ସରକାରୀ ସ୍କୁଲରେ ୨୦ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥାଆନ୍ତି, ତେବେ ସେହି ସ୍କୁଲକୁ ବନ୍ଦ କରିଦେବା ସହ ନିକଟସ୍ଥ ସ୍କୁଲ୍ ସହ ଉକ୍ତ ସ୍କୁଲକୁ ମିଶାଇ ଦିଆଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories