www.samajalive.in
Saturday, December 6, 2025
14.1 C
Bhubaneswar

କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ଅଚଳ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ଅଚଳ କରିଦିଆଯାଇଛି। ଟ୍ୱିଟରର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ନିକଟରେ କଙ୍ଗନା ଟ୍ୱିଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା ଉପରେ ଅଭିନେତ୍ରୀ ମନ୍ତବ୍ୟ ଦେଇଥିଲେ। ବେଙ୍ଗଲରୁ ଆସୁଥିବା ହିଂସା ଖବର ଉପରେ ସେ ଅନେକ ଟ୍ୱିଟ୍ କରିଥିଲେ। ତାଙ୍କର ଗୋଟିଏ ପୋଷ୍ଟରେ, ସେ କାହାର ନାଁ ନଲେଖି #ବେଙ୍ଗଲ୍ ହିଂସା ହ୍ୟାସଟ୍ୟାଗ ଦେଇ ମମତାଙ୍କୁ ଟାର୍ଗେଟ କରିଥିଲେ। ଏକ ଟ୍ୱିଟରେ କଙ୍ଗନା ମମତା ବାନାର୍ଜୀଙ୍କୁ ନେଇ ମଧ୍ୟ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାସହିତ ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କରିଥିଲେ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories