ବେଗୁନିଆ ବ୍ଲକର ବାଦବାରବାଟି ଅଣୁ ଆବଦ୍ଧାଞ୍ଚଳ ଘୋଷିତ

ବେଗୁନିଆ: ବେଗୁନିଆରେ ଦିନକୁ ଦିନ ଦ୍ୱିତୀୟ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ରୋକ ଦେବା ପାଇଁ  ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଚେଷ୍ଟା ଚଳାଇଥିବା ବେଳେ ଅନ୍ୟ ଅଧିକାରୀମାନଙ୍କ ନୀରବତା ସଂକ୍ରମଣ ବଢାଇବାରେ ସହାୟକ ହେଉଛି l ବେଗୁନିଆ ବ୍ଲକରେ ତହସିଲଦାର ଶ୍ରୀ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ପ୍ରଥମେ ବେଗୁନିଆ ବ୍ଲକର ପୋଡାଡିହ ପଞ୍ଚାୟତର ବରସାହିକୁ ଆବଦ୍ଧlଞ୍ଚଳ ଘୋଷଣା କରିଥିବାବେଳେ ୨୮ ତାରିଖରେ ବେଗୁନିଆ ପଞ୍ଚାୟତର ବେଗୁନିଆ ଗ୍ରାମର ତାରିଣୀ ମନ୍ଦିର ଠାରୁ ବରମୂଳେଇ ମନ୍ଦିର ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରିଥିଲେ। ପୁନଶ୍ଚ ଗୁରୁବାର ୨୯ତାରିଖ ଦିନ ବେଗୁନିଆ ଗ୍ରାମର ବଲରlମପୁର(ବଡ଼ସାହି)ଜଗନ୍ନାଥ ମନ୍ଦିର ରାସ୍ତାରୁ ଜଗନ୍ନାଥ ଶନି ମନ୍ଦିର ପର୍ଯ୍ୟନ୍ତ ଏବଂ ବେଗୁନିଆ ର ଜlଗ୍ରୀବlଡ଼(ବଳିଆରସିଂହ ହୋଟେଲ ଠାରୁ ରେଳ ରାସ୍ତାରେ ଥିବା ଶରତ ପ୍ରଧାନଙ୍କ ଘର ପର୍ଯ୍ୟନ୍ତ)୫ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଜି ରବିବାର   ସନ୍ଧ୍ୟା ୭ ଟାରୁ ବୋତଳମା ପଂଚାୟତର ବlଦବାରବlଟି ଗ୍ରାମର ଘନଶ୍ୟlମ ପାତ୍ର(ହଜ ରୋଡ)ଙ୍କ ଘର ଠାରୁ ହଟିଆଶୁଣି ମନ୍ଦିର ପର୍ଯ୍ୟନ୍ତ(ଛତ୍ରପଡା ରୋଡ)୪୦ ପରିବାର ଏବଂ ୨୫୦ ଜନସଂଖ୍ୟା ବିଶିଷ୍ଟ ସ୍ଥାନକୁ  ୮ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଅଣୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଛି l ଏହି ଆବଦ୍ଧlଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀ ,ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ ,ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ନିର୍ଦେଶ ମୁତାବକ ବିଭିନ୍ନ ଦାଇତ୍ୱ ଦିଆଯାଇଥିବାବେଳେ ବେଗୁନିଆ ତହସିଲଦାର ଶ୍ରୀ ମଣ୍ଡଳ ଏବଂ ବିଡିଓଙ୍କୁ ସମସ୍ତଙ୍କ କାର୍ଯ୍ୟର ତଦାରଖ ଦାଇତ୍ୱ ଦିଆଯାଇଛି l ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ଏବଂ ବୋତଳମା ପଂଚାୟତରେ ୫ ଟି ସ୍ଥାନକୁ ଆବଦ୍ଧlଞ୍ଚଳ ଘୋଷଣା କରାଯାଇଥିବା ସୂଚନା ମିଳିଛି।

Comments are closed.