www.samajalive.in
Saturday, December 13, 2025
27.1 C
Bhubaneswar

କୋଭିଡ-୧୯ ମୁକାବିଲା: ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ବତନ୍ତ୍ର ବ୍ୟବସ୍ଥାର ଉପଯୋଗ କରି ସେନାବାହିନୀକୁ ଜରୁରିକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଯାହାଫଳରେ ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ମୁକାବିଲା ଲାଗି ସେନାବାହିନୀ ଅଧିକ ସଶକ୍ତ ହୋଇପାରିବ। ଏହି କ୍ଷମତା ଫର୍ମେସନ କମାଣ୍ଡରମାନଙ୍କୁ ମହାମାରୀ ବିରୋଧରେ ଜାରି ରହିଥିବା ପ୍ରୟାସ ନିମନ୍ତେ ବିଭିନ୍ନ ସେବା ଓ କାର୍ଯ୍ୟ ବ୍ୟବସ୍ଥା ଅତିରିକ୍ତ କ୍ବାରେଣ୍ଟାଇନ ସୁବିଧା/ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା କରିବା, ଉପକରଣ/ସାମଗ୍ରୀ/ଷ୍ଟୋର କ୍ରୟ ଏବଂ ଉପକରଣ ମରାମତି କାର୍ଯ୍ୟ ସମ୍ବନ୍ଧୀୟ ଗତିବିଧିରେ ସହାୟକ ହେବ।

ଚିଫ ଅଫ ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ଟୁ ଦ ଚେୟାରମ୍ୟାନ ଚିଫ୍ସ ଅଫ ଷ୍ଟାଫ କମିଟି (ସିଆଇଏସସି), ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ୍ସ ଓ ତିନୋଟି ସେନାବାହିନୀର ସମକକ୍ଷ ପଦବୀଧାରୀ ଆଦି ସେନାବାହିନୀର ଉପମୁଖ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏହି କ୍ଷମତା ପ୍ରଦାନ କରାଯାଇଛି। ସେହିପରି କୋର କମାଣ୍ଡର/ଏରିଆ କମାଣ୍ଡରମାନଙ୍କୁ ପ୍ରତି ମାମଲାରେ ୫୦ ଲକ୍ଷ ଟଙ୍କା ଏବଂ ଡିଭିଜନ କମାଣ୍ଡର/ସବ ଏରିଆ କମାଣ୍ଡର ଏବଂ ସେମାନଙ୍କ ସମକକ୍ଷମାନଙ୍କୁ ପ୍ରତି ମାମଲାରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକାର ପ୍ରଦାନ କରାଯାଇଛି। ଏହି କ୍ଷମତା ପ୍ରାରମ୍ଭିକ ପର୍ଯ୍ୟାୟରେ ମେ’ ୧ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ତିନି ମାସର ଅବଧି ନିମନ୍ତେ ପ୍ରଦାନ କରାଯାଇଛି। ବିଗତ ସପ୍ତାହରେ ସେନାବାହିନୀର ଚିକିତ୍ସା ଅଧିକାରୀମାନଙ୍କୁ ଦିଆଯାଇଥିବା ଦାୟିତ୍ବ ଅତିରିକ୍ତ ଏହି କ୍ଷମତା ପ୍ରଦାନ କରାଯାଇଛି।

- Advertisement -

ବିଗତ ବର୍ଷ କୋଭିଡ-୧୯ ମହାମାରୀ ଆସିବା ସମୟରେ ମଧ୍ୟ ସେନାବାହିନୀକୁ ଜରୁରିକାଳୀନ କ୍ଷମତା ପ୍ରଦାନ କରାଯାଇଥିଲା। ଏହା ସେନାବାହିନୀର ଦ୍ରୁତ ଓ ପ୍ରଭାବୀ ଢଙ୍ଗରେ ସ୍ଥିତିର ମୁକାବିଲା କରିବାରେ ସହାୟତା କରିଥିଲା।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories