www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ତର ପ୍ରଦେଶ ହାତ୍ରସରେ ବିଷାକ୍ତ ମଦ ପିଇ ୬ ମୃତ

ମଥୁରା: ଉତ୍ତର ପ୍ରଦେଶର ହାତ୍ରସ ଜିଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଅନ୍ୟ ବହୁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଜଣେ ପୁଲିସ ଉପ ନିରୀକ୍ଷକ ଏବଂ ଜଣେ କନେଷ୍ଟବଳଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ମଦ ବିକ୍ରେତା ରାମ ହରି ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋଟଁ ଚାଲାଣ କରିଛି।
ଜଣାଯାଇଛି ଯେ ହାତ୍ରସର ନାଗଲା ଦୟା ଗ୍ରାମରେ ଥିବା ସହିଦ ବାବା ପୀରଙ୍କ ପୀଠରେ ଗୋଟିଏ ପରିବାରର ବହୁ ଲୋକ ସମବେତ ହୋଇଥିଲେ। ସେଠାରେ ପ୍ରଚଳିତ ପ୍ରଥା ଅନୁଯାୟୀ ପୀଠରେ ମଦକୁ ଅର୍ପଣ କରାଯିବା ପରେ ତାହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ଭାବରେ ବଣ୍ଟନ କରାଯାଇଥାଏ। ସେଠାରେ ମୋଟ ୨୪ ଜଣ ଉକ୍ତ ମଦ ପାନ କରିଥିଲେ। ତାହାର ପ୍ରାୟ ଏକ ଘଣ୍ଟା ପରେ ସେମାନେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅସୁସ୍ଥ ହୋଇପଡିଥିବା ଲୋକଙ୍କୁ ଆଲିଗଡସ୍ଥିତ ଜେ ଏନ ଚିକିତ୍ସା ମହାବିଦ୍ୟାଳୟ ଏବଂ ଆଗ୍ରାସ୍ଥିତ ଏସ ଏନ ଚିକିତ୍ସା ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଆଗ୍ରାରେ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଆଉ ସାତଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories