www.samajalive.in
Monday, December 15, 2025
17.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ ବିଶିଷ୍ଟ ସଂଗ୍ରାମୀ ଜଗଦାନନ୍ଦ

ନର୍ଲା: ତୁଳାପଡାର ବିଶିଷ୍ଟ ବ୍ୟକ୍ତି, ସଂଗ୍ରାମୀ, ଅନେକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ଜଗଦାନନ୍ଦ ପଧାନ(ମୁନ୍ନା)ଙ୍କର କରୋନାରେ ଦେହାନ୍ତ ହୋଇଛି। ଗ୍ରାମର ବିକାଶ କରିବାରେ କୁଶଳୀ ବିନ୍ଧାଣୀ ସ୍ୱର୍ଗତଃ ପଧାନ ନିଜ ମାଟି ପାଇଁ ବହୁ କାମ କରିଯାଇଛନ୍ତି। ତୁଳପଡା ପଞ୍ଚାୟତର ସରପଞ୍ଚ ଥିବା ସମୟରେ ରାସ୍ତାଘାଟ, ପୋଖରୀ, ଶିକ୍ଷାନୁଷ୍ଠାନ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଛି। ୧୯୬୮ରେ ଦାମୋଦର ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠାତା ଭାବରେ ସେ ନିଜର ଦାୟିତ୍ୱ ନିର୍ବାହ କରି ଉକ୍ତ ଅନୁଷ୍ଠାନକୁ ଆଜି ଯୌବନରେ ଉପନୀତ କରେଇଛନ୍ତି। ସେ ଦୀର୍ଘ ୫ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ। ଗତ ୨୬ ତାରିଖରେ ତାଙ୍କର ଧର୍ମପତ୍ନୀ ସୁରେଖା ପଧାନଙ୍କ ଦେହାନ୍ତ ପରେ ସେ ଭାଙ୍ଗି ପଡିଥିଲେ। ତେବେ ଗତକାଲି ସେ କରୋନା ସଂକ୍ରମିତ ଥିବା ଜଣା ପଡିବାପରେ କାମଠଣାସ୍ଥିତ କୋଭିଡ୍‍ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଛି। ଏହା ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବଳଭଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମାଜସେବୀ ମନୋଜ କୁମାର ପଟ୍ଟାନାୟକ, ସମୀର ଚାନ୍ଦ, ଡଃ ସାଧୁରାମ ଅଗ୍ରୱାଲ, ବିରୋଧି ଦଳ ନେତା ପ୍ରଦୀପ ନାଏକ, ଆର୍ତତ୍ରାଣ ମହାପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ଅନେକ ଶିକ୍ଷକ, ଗ୍ରାମବାସୀ, ସରପଞ୍ଚ ଲେମ୍ବୁ ମାଝୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। କଳାହାଣ୍ଡି ମାଟି ଆଜି ଜଣେ ସଂଗ୍ରାମୀ କୁଶଳୀ ବିନ୍ଧାଣୀଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories