www.samajalive.in
Saturday, December 6, 2025
16.1 C
Bhubaneswar

ମାନବିକ ସହାୟତା ସାମଗ୍ରୀ ସହିତ ଭାରତ ପହଞ୍ଚିଲା ରୁଷିଆରୁ ୨ ବିମାନ

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ଲଢେଇ କରୁଥିବା ଭାରତକୁ ବିଶ୍ୱର ବିିଭିନ୍ନ ରାଷ୍ଟ୍ରରୁ ସହାୟତା ପହଞ୍ଚିବାରେ ଲାଗିଛି। ଭାରତର ପୁରାତନ ମିତ୍ର ରାଷ୍ଟ୍ର ରୁଷିଆରୁ ମାନବିକ ସହାୟତା ସାମଗ୍ରୀ ଧରି ଦୁଇଟି ବିମାନ ଗୁରୁବାର ଏଠାରେ ଆସି ପହଞ୍ଚିଛି। ସେଥିରେ ଅମ୍ଳଜାନ ସାନ୍ଦ୍ରକ, ଫୁସଫୁସକୁ ଅମ୍ଳଜାନ ଯୋଗାଣକାରୀ ଉପକରଣ, ଶଯ୍ୟାପାର୍ଶ୍ବ ମନିଟର, କରୋନାଭିର ସମେତ ଆବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଔଷଧୀୟ ସାମଗ୍ରୀ ରହିଛି।

ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାଶେଭ ଟ୍ୱିଟ କରି ଜଣାଇଛନ୍ତି ଯେ ରୁଷିଆର ଏମରକମ୍‍ ଦ୍ୱାରା ପରିଚାଳିତ ଦୁଇଟି ବିମାନ ଜରୁରୀକାଳୀନ ଉଡାଣ କରି ଉପରୋକ୍ତ ଚିକିତ୍ସା ଉପକରଣ ଓ ସାମଗ୍ରୀ ଧରି ଭାରତରେ ପହଞ୍ଚିଛି। ଏଭଳି ଜଟିଳ ସମୟରେ ପରସ୍ପର ସହିତ ହାତମିଳାଇ ସମ୍ମିଳିତ ଭାବେ ପ୍ରୟାସକଲେ ଆମେ କୋଭିଡ-୧୯ ମହାମାରୀକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି। କୁଦାଶେଭ କହିଛନ୍ତି, ସମସ୍ତ ଚାଲେଞ୍ଜର ମୁକାବିଲା କ୍ଷେତ୍ରରେ ସମ୍ମିଳିତ ପ୍ରୟାସ ଏବଂ ପାରସ୍ପରିକ ସମ୍ମାନବୋଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ ଆହୁରି କହିଛନ୍ତି, ଭାରତର ପରିସ୍ଥିତି ଉପରେ ରୁଷିଆ ତୀକ୍ଷ୍‍ଣ ନଜର ରଖିଛି। କୋଭିଡ-୧୯ର ପ୍ରତିଷେଧକ ଟିକା ସ୍ପୁଟନିକ ଭି ଆସନ୍ତା ମେ ମାସରୁ ଭାରତକୁ ଯୋଗାଣ ଆରମ୍ଭ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ଟେଲିଫୋନରେ କଥାବାର୍ତ୍ତା ହେବାପରେ ପୁତିନ ଭାରତକୁ ଜରୁରୀକାଳୀନ ମାନବିକ ସହାୟତା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ରୁଷିଆର ଏଭଳି ସହଯୋଗ ଓ ସହାୟତା ପାଇଁ ଶ୍ରୀ ମୋଦି ରୁଷିଆ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories