www.samajalive.in
Friday, December 5, 2025
20.1 C
Bhubaneswar

ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ- ଯେତେଶୀଘ୍ର ପାରୁଛ ଭାରତ ଛାଡି ପଳାଅ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଭୀର ଚିନ୍ତା ପ୍ରକଟ କରିଛି ଆମେରିକା ପ୍ରଶାସନ। ସେ ଦେଶର ନାଗରିକ ତୁରନ୍ତ ଭାରତ ଛାଡି ପଳାଇବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଦିଆଯାଉଥିବା ଶୀର୍ଷସ୍ତରୀୟ ପରାମର୍ଶ (ଲେବଲ ୪)ରେ ଆମେରିକୀୟମାନେ ଭାରତ ନଯିବା ଏବଂ ଭାରତରେ ଥିବା ଆମେରିକୀୟମାନେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଭାରତ ଛାଡିବାକୁ କୁହାଯାଇଛି। ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଆମେରିକା ମଧ୍ୟରେ ଦୈନିକ ୧୪ଟି ସିଧାସଳଖ ବିମାନ ସେବା ରହିଛି। ଏହାବ୍ୟତୀତ ଦୁଇ ଦେଶକୁ ସଂଯୁକ୍ତ କରୁଥିବା ଅନ୍ୟାନ୍ୟ ସେବା ମଧ୍ୟ ଉପଲବ୍ଧ ହେଉଛି। ସଂପ୍ରତି ଭାରତ ସରକାର ଏବଂ ସ୍ୱାସ୍ଥ୍ୟବିଭାଗ କତ୍ତୃଁପକ୍ଷ ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, କୃତ୍ରିମ ଶ୍ୱାସଯନ୍ତ୍ର ଆଦିର ଘୋର ଅଭାବ ଜନିତ ପରିସ୍ଥିତି ସାମନା କରୁଛନ୍ତି। ଭାରତରେ ସଂପ୍ରତି ବିଶ୍ୱର ଦ୍ରୁତତମ ସଂକ୍ରମଣ ପର୍ଯ୍ୟାୟ ଚାଲିଛି। ଏହା ପୂର୍ବରୁ ଗତ ସପ୍ତାହରେ ଅଷ୍ଟ୍ରେଲିଆ ସରକାର ଭାରତରୁ ସମସ୍ତ ବିମାନ ଉଡାଣକୁ ନିଷେଧ କରିସାରିଛନ୍ତି। ଭାରତରେ ଗତ ୧୦ଦିନ ଧରି କ୍ରମାଗତ ରହିଥିବା ପର୍ଯ୍ୟଟକଙ୍କୁ ଦେଶକୁ ପ୍ରବେଶ ଉପରେ ବ୍ରିଟେନ କଟକଣା ଲଗାଇଛି। ଭାରତରୁ ଆସୁଥିବା ବ୍ରିଟେନ ଏବଂ ଆୟର୍ଲାଣ୍ଡ ନାଗରିକଙ୍କୁ ବ୍ରିଟେନରେ ଏକ ହୋଟେଲରେ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories