www.samajalive.in
Monday, December 15, 2025
15.1 C
Bhubaneswar

କ୍ରମାଗତ ୫ମ ବିଜୟ ସହ ଚେନ୍ନଇ ଶୀର୍ଷରେ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ କ୍ରମାଗତ ୫ମ ବିଜୟ ହାସଲ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଏହାସହ ସିଏସ୍‌କେ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ବୁଧବାର ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ଅର୍ଦ୍ଧଶତକ ବଳରେ ସନ୍‌ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ ଚେନ୍ନଇ ପରାସ୍ତ କରିଛି। ଡେଭିଡ୍‌ ୱାର୍ଣ୍ଣର ଓ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ପରେ କେନ୍ ୱିଲିୟମ୍‌ସନଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ୩ ୱିକେଟରେ ୧୭୧ ରନ୍ କରି ପାରିଥିଲା। ପରେ ୧୮.୩ ଓଭରରେ ୩ ୱିକେଟ ହରାଇ ସିଏସ୍‌କେ ବିଜୟୀ ହୋଇଥିଲା। ୬ଷ୍ଠ ମ୍ୟାଚ୍‌ରେ ୫ମ ପରାଜୟ ପରେ ସନ୍‌ରାଇଜର୍ସ ପୂର୍ବପରି ସର୍ବନିମ୍ନ ସ୍ଥାନରେ ରହିଛି।
୧୭୨ ରନ୍‌ର ବିଜୟଲକ୍ଷ୍ୟ ନେଇ ଚେନ୍ନଇ ସୁପର କିଙ୍ଗ୍‌ସର ଓପ୍‌ନର ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ। ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍‌ୱାଡ୍‌ ୧୧ ଓଭରରେ ଦଳକୁ ୧୦୦ ରନ୍‌ରେ ପହଞ୍ଚାଇଥିଲେ। ଡୁ ପ୍ଲେସି ମାତ୍ର ୩୨ ବଲ୍‌ରୁ ଚଳିତ ଆଇପିଏଲ୍‌ରେ କ୍ରମାଗତ ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୩୬ ବଲ୍‌ରୁ ଗାଏକ୍‌ୱାଡ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୩ ଓଭରରେ ୧୨୯ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଋତୁରାଜ ଆଉଟ ହୋଇଥିଲେ। ୪୪ ବଲ୍‌ରୁ ୧୨ଟି ଚୌକା ସହ ଋତୁରାଜ ୭୫ ରନ୍‌ କରିଥିଲେ। ପରେ ମୋଇନ୍ ଅଲୀ ୮ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌ କରିଥିଲେ। ପରବର୍ତ୍ତୀ ବଲ୍‌ରେ ଡୁ ପ୍ଲେସି ଆଉଟ ହୋଇଥିଲେ। ଡୁ ପ୍ଲେସି ୩୮ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ସୁରେଶ ରୈନା ୧୭ ଓ ରବୀନ୍ଦ୍ର ଜାଡ଼େଜା ୭ ରନ୍‌କରି ଅପରାଜିତ ରହିଥିଲେ। ରସିଦ୍‌ ଖାଁ ୩ଟିଯାକ ୱିକେଟ ହାସଲ କରିଥିଲେ। ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଜନି ବେୟାର​‌େ​‌ଷ୍ଟା ମାତ୍ର ୭ ରନ୍‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ପରବର୍ତ୍ତୀ ୧୪ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୨ୟ ୱିକେଟ ପାଇଁ ୧୦୬ ରନ୍ ଯୋଡ଼ିଥିଲେ। ପାଣ୍ଡେ ଷ୍ଟ୍ରୋକ୍‌ ଖେଳିଥିବା ବେଳେ ବାମହାତି ୱାର୍ଣ୍ଣର କିନ୍ତୁ ତାଙ୍କ ଶୈଳୀ ବିପରୀତ ଧିମା ବ୍ୟାଟିଂ କରିଥିଲେ। ୧୭ ଓଭର କ୍ରିଜ୍‌ରେ ରହି ୱାର୍ଣ୍ଣର ୫୫ ବଲ୍‌ ଖେଳି ୨ଟି ଛକା ଓ ୩ଟି ଚୌକା ସହ ୫୭ ରନ୍‌ କରି ପାରିଥିଲେ। ୪ଟି ବଲ୍‌ ପରେ ଆଉଟ ହୋଇଥିବା ମନୀଷ ପାଣ୍ଡେ ୪୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୧ ରନ୍‌ କରିଥିଲେ। ପରେ କେନ୍ ୱିଲିୟମ୍‌ସନ ଓ କେଦାର ଯାଦବ ବିସ୍ଫୋରକ ବ୍ୟାଟିଂକରି ଶେଷ ୧୩ଟି ବଲ୍‌ରୁ ୩୭ ରନ୍ ଯୋଡ଼ିଥିଲେ। ୧୯ଶ ଓଭରରେ ସାର୍ଦ୍ଦୁଳ ଠାକୁରଙ୍କ ବୋଲିଂରେ ୱିଲିୟମ୍‌ସନ ୨୦ ରନ୍‌ ମାରିଥିଲେ। ୱିଲିୟମ୍‌ସନ ୧୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। କେଦାର ଯାଦବ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୨ ରନ୍‌କରି ଅପରାଜିତ ଥିଲେ। ଲୁଙ୍ଗି ଏନ୍‌ଗିଡ଼ି ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories