www.samajalive.in
Monday, December 15, 2025
24.1 C
Bhubaneswar

ଟିକା ପାଇଁ ନାମ ପଞ୍ଜୀକରଣ କରିବାକୁ ଭିଡ : ଘଣ୍ଟାକରେ ୩୫ଲକ୍ଷ, ଦିନକରେ ୭୯ଲକ୍ଷ

ନୂଆଦିଲ୍ଲୀ : କରୋନା ଟିକା ନେବା ଲାଗି ନାମ ପଞ୍ଜୀକରଣ କରିବାକୁ ଉଦ୍ଦିଷ୍ଟ କୋ-ୱିନ ୱେବ୍‌ସାଇଟ୍‌ରେ ଅଚଳାବସ୍ଥା ଦେଖାଯାଇଥିବାବେଳେ ଆରୋଗ୍ୟ ସେତୁ ଆପ୍‌ରେ ତ୍ରୁଟି ଦେଖାଯାଇଛି। ବୁଧବାର ଅପରାହ୍ଣ ୪ଟାରୁ ନାମ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଯୁବବର୍ଗଙ୍କ ମଧ୍ୟରେ ଟିକା ପାଇଁ ବ୍ୟଗ୍ରତା ଦେଖାଯାଇଥିଲା। ନାମ ପଞ୍ଜୀକରଣ ପାଇଁ ଲୋକଙ୍କ ଏପରି ବ୍ୟଗ୍ରତା ଯୋଗୁଁ କୋ-ୱିନ ୱେବସାଇଟ୍ କିଛି ମିନିଟ୍ ପାଇଁ ଅଚଳ (ନିରୁତ୍ତର) ରହିଥିଲା। ଲୋକେ ସର୍ଭର ଅଚଳ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିପରି ଆରୋଗ୍ୟ ସେତୁ ଆପ୍‌ରେ ଓଟିପି ଜନିତ ସମସ୍ୟା ଦେଖାଯାଇଥିଲା। ଓଟିପି ଆସିବାରେ ଅହେତୁକ ବିଳମ୍ବ ହୋଇଥିଲା। ଏହି ବିଳମ୍ବ ଯୋଗୁଁ ପଞ୍ଜୀକରଣ ସମୟ ଶେଷ ହୋଇଯାଇଥିଲା। ତେବେ କୋ-ୱିନ ୱେବସାଇଟ୍ ମୁଖ୍ୟ ଆରଏସ୍ ଶର୍ମା କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଓଟିପି ବିଳମ୍ବ ଓ ସର୍ଭର ଅଚଳ ସମସ୍ୟା ଦେଖାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଠିକ୍
ଭାବେ ପଞ୍ଜୀକରଣ ହୋଇଥିଲା। ଏପରିକି ଗୋଟିଏ ଘଣ୍ଟାରେ ୩୫ଲକ୍ଷ ନାଗରିକ ପଞ୍ଜୀକରଣ କରିଥିଲେ। ଏପରିକି ବୁଧବାର ଗୋଟିଏ ଦିନରେ କୋ-ୱିନ ୱେବସାଇଟ୍ ମାଧ୍ୟମରେ ୭୯ଲକ୍ଷରୁ ଅଧିକ ନାମ ପଞ୍ଜୀକରଣ ହୋଇଥିବା ଶର୍ମା କହିଛନ୍ତି। ପଞ୍ଜୀକରଣ କରିଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସ୍ଲଟ୍ (ସମୟ) ପାଇଁ ବରାଦ (ବୁକ୍‌) କରିପାରିବେ। ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡିକରେ ଉପଲବ୍ଧ ଟିକାକରଣ କେନ୍ଦ୍ର ଆଧାରରେ ଟିକା ନେବା ସମୟ ବରାଦ କରାଯିବ। ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ସେମାନଙ୍କ ଟିକା କେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ମେ ୧ରୁ ୧୮ରୁ ୪୪ବର୍ଷର ନାଗରିକଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ନାଗରିକଙ୍କୁ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories