www.samajalive.in
Saturday, December 13, 2025
18.1 C
Bhubaneswar

ଇଡିରେ ହାଜର ହେଲେ ଚେସ୍‍ ଖେଳାଳି ପଦ୍ମିନୀ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଷ୍ଟାର୍‍ କନ୍‍ସଲଟାନ୍ସି ଚିଟ୍‍ଫଣ୍ଡର ଶହେ କୋଟି ଟଙ୍କା ଦୁର୍ନୀତି ମାମଲାରେ ସମନ ପାଇଥିବା ଆନ୍ତର୍ଜାତିକ ଚେସ୍‍ ଖେଳାଳି ପଦ୍ମିନୀ ରାଉତ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ପଦ୍ମିନୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ପଚରାଉଚରା କରିଥିଲେ। ଗଣମାଧ୍ୟମକୁ ପଦ୍ମିନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କେବଳ ଷ୍ଟାର କନ୍ସଲ୍‍ଟାନ୍ସି ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଇଛି। ସଂସ୍ଥା ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କୁ ସେ କେମିତି ଚିହ୍ନିଲେ ସେ ସମ୍ପର୍କରେ ତାଙ୍କୁ ପଚରା ଯାଇଥିଲା। ୨୦୦୮ରେ ବିଶ୍ୱ ଯୁବ ଚେସ୍‍ ଚମ୍ପିଅନ୍‍ ହେବା ପରେ ପଦ୍ମୀିନୀଙ୍କ ମ୍ୟାଚ ପାଇଁ ଷ୍ଟାର କନ୍ସଲ୍‍ଟାନ୍ସି ପ୍ରାୟୋଜକ ଥିଲା। ଖେଳାଳିମାନଙ୍କର ପ୍ରତି ମ୍ୟାଚ୍‍ ଖେଳିବା ଲାଗି ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ପ୍ରାୟୋଜକଙ୍କ ଆବଶ୍ୟକ ପଡିଥାଏ। ଏକ ସଭାମଞ୍ଚରେ ସଂସ୍ଥା ମୁଖ୍ୟ ଶ୍ରୀ ମହାନ୍ତି ଏନେଇ ଘୋଷଣା କରିଥିଲେ। ଏହା ବ୍ୟତୀତ ତାଙ୍କ ସଂସ୍ଥା ସହିତ ପଦ୍ମିନୀଙ୍କ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ ବୋଲି ସେ କହିଥିଲେ। ସେହିପରି ପରବର୍ତ୍ତୀ ସମୟରେ ଶ୍ରୀ ମହାନ୍ତି ତାଙ୍କୁ କୌଣସି ଆର୍ଥିକ ସହଯୋଗ କରି ନ ଥିଲେ ବୋଲି ସେ କହିଥିଲେ। ମୋର ବ୍ୟାଙ୍କ୍‍ ଆକାଉଣ୍ଟକୁ ଯାଞ୍ଚ କରାଯାଉ ବୋଲି ପଦ୍ମିନୀ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀଙ୍କୁ କହିବା ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅଗଷ୍ଟ ୮ରେ ପଦ୍ମିନୀଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ତେବେ ପଦ୍ମିନୀ ହାଜର ହେବା ପାଇଁ ସମୟ ନେଇଥିଲେ। ଜୁଲାଇ ୩ରେ ଅଭିନେତା ଶ୍ରୀତମ ଦାସ ଇଡିରେ ହାଜର ହୋଇଥିଲେ। ଦୀର୍ଘ ୬ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ଶ୍ରୀତମ ରହିଥିଲେ। ସେଠାରୁ ବାହାରିବା ପରେ ଶ୍ରୀତମ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ଯେ, ଷ୍ଟାର କନ୍‍ସଲ୍‍ଟାନ୍ସିର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଲାଗି ଇଡି ପକ୍ଷରୁ ତାଙ୍କୁ ଡକାଯାଇଥିଲା। ଶ୍ରୀ ମହାନ୍ତିଙ୍କର ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେବା ସହିତ ଅଭିନୟ କରିଥିଲେ।
ଷ୍ଟାର କନସଲ୍‍ଟାନ୍ସି ହଜାର ହଜାର ଜମାକାରୀଙ୍କୁ ଅଧିକ ସୁଧ ଦେବା ସହିତ ଜମି ଓ ଘର ଯୋଗାଇ ଦେବାକୁ ପ୍ରଲୋଭନ ଦେଖାଇ ୧୦୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ଷ୍ଟାର କନ୍‍ସଲ୍‍ଟାନ୍ସିର ମୁଖ୍ୟ ତ୍ରିବେଣୀ ମହାନ୍ତିଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ୩ଟି ମାମଲାରେ ସେ ଗିରଫ ହୋଇଥିଲେ। ଜାମିନରେ ମୁକୁଳିବା ପରଠାରୁ ସେ କେଉଁଆଡେ ଗାଏବ ହୋଇଯାଇଛନ୍ତି।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories