www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଜମି ଅନୁଧ୍ୟାନ କଲେ ଜିଲାପାଳ

ସୁଆଣ୍ଡୋ/ସାକ୍ଷିଗୋପାଳ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲାପାଳ ଜମି ଅନୁଧ୍ୟାନ କରିଛନ୍ତି। ବକୁଳବନକୁ ସଂଯୋଗ କରୁଥିବା ଜମିରେ ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ଆଜି ଅନୁଧ୍ୟାନ କରିଥିବା ଜଣାପଡିଛି। ଜିଲାପାଳ ଏଠାରେ ପ୍ରଥମେ ପହଞ୍ଚି ସାକ୍ଷୀ ଗୋପିନାଥଙ୍କୁ ଦର୍ଶନ କରିଥିଲେ।
ସାକ୍ଷୀଗୋପିନାଥ ଦେବଙ୍କ ଅଧୀନରେ ଥିବା ପ୍ରାୟ ୨୭ ଏକର ଜମିର ନକ୍ସା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ମିଶ୍ର ଓ ମନ୍ଦିର ଅମିନ ସୁବାସ ଚନ୍ଦ୍ର ଗଜେନ୍ଦ୍ର ଜିଲାପାଳଙ୍କୁ ଦେଖାଇଥିଲେ। ସରକାରୀ ବାଳିକା ବିଦ୍ୟାଳୟ ପଛପଟ ଦେଇ ବ୍ରହ୍ମଚାରୀ ବଗିଚା, ପଞ୍ଚସଖା ଖେଳପଡିଆ, ସମାଧି ପୀଠ, ସିଦ୍ଧବଳରାମଙ୍କ ମନ୍ଦିର ଓ ବୃଦ୍ଧଙ୍ଗ କେନାଲ ପାଖରେ ଥିବା ବକୁଳବନ ଜଙ୍ଗଲ ଏହିପରି ପ୍ରାୟ ୨୭ ଏକର ଜମିର ପରିସ୍ଥିତି ଦେଖିଥିଲେ। ପରେ ପରେ ବକୁଳବନର ପରିସ୍ଥିତି ଜିଲାପାଳ ବୁଲି ଦେଖିଥିଲେ। ସେହିପରି ବିଶ୍ୱବିଦ୍ୟାଳୟ ପାଇଁ ପଟ୍ଟନାୟିକିଆ ପାଖରେ କିଛି ଜମି ଦେଖିବାକୁ ଯାଇଥିଲେ। ଉନ୍ନୟନ କମିଶନରଙ୍କୁ ପ୍ରସ୍ତାବିତ ଜମିର ନକ୍ସା ଓ ଆନୁସଙ୍ଗିକ ତଥ୍ୟର ଏକ ଦସ୍ତାବିଜ ପ୍ରଦାନ କରାଯିବ ବୋଲି ଜିଲାପାଳଙ୍କଠାରୁ ପ୍ରକାଶ। ଏହି ଅନୁଧ୍ୟାନ ଦଳରେ ଉପଜିଲାପାଳ ଭବତାରଣ ସାହୁ, ପିଡି ଡ. ଉଦ୍ଧବ ଚନ୍ଦ୍ର ମାଝୀ, ସତ୍ୟବାଦୀ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟଙ୍କ ସହ ମନ୍ଦିର ଟ୍ରଷ୍ଟ ସଦସ୍ୟ ଦିବାକର ମହାପାତ୍ର, ବିଜୟ କୁମାର ମହାପାତ୍ର, ତହସିଲ ସୁପରଭାଇଜର ଲକ୍ଷ୍ମୀନାରାୟଣ ମିଶ୍ର, ଆରଆଇ ଶ୍ୟାମସୁନ୍ଦର ପୂର୍ତ୍ତିଙ୍କ ସହ ଅମିନ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories