www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ-ପ୍ରଶାନ୍ତ ମହାସାଗରରେ ମୁତୟନ ହେବ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ। ବ୍ରିଟେନର ପ୍ରମୁଖ ଯୁଦ୍ଧଜାହାଜ ଏଚଏମଏସ କୁଇନ ଏଲିଜାବେଥ ନେତୃତ୍ୱରେ ଏକ ନୋୖଭେଳାକୁ ମୁତୟନ କରାଯିବ। ବ୍ରିଟେନର ବିମାନବାହୀ ଯୁଦ୍ଧ ଜାହାଜରେ ୧୮ ଏଫ-୩୫ବି ଶତ୍ରୁପକ୍ଷକୁ ମାତ୍‍ ଦେଉଥିବା ଲଢୁଆ ବିମାନ ସହିତ ଦୁଇଟି ବିଧ୍ୱଂସୀକାରୀ ଜାହାଜ, ଦୁଇଟି ସହାୟକ ଜାହାଜ ରହିବ। ଏଥିସହିତ ଆମେରିକା ନୋୖବାହିନୀର ଏକ ବିଧ୍ୱଂସୀକାରୀ ଯୁଦ୍ଧ ଜାହାଜ, ହଲାଣ୍ଡର ଏକ ଫ୍ରିଗେଟ, ଆମେରିକା ମେରିନ କର୍ପସ ଏଫ-୩୫ବି ଜେଟର ଏକ ସ୍କ୍ୱାଡ୍ରନ ଏଥିରେ ସାମିଲ ହେବ। ଏଗୁଡିକ ଦକ୍ଷିଣ ଓ ପୂର୍ବ ଚୀନ ସାଗର ଦେଇ ଭାରତୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଯିବେ। ଏହି ଜାହାଜଗୁଡିକ ଭାରତ, ସିଙ୍ଗାପୁର, ଜାପାନ ଓ ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରରେ ରହଣି କରିବେ ବୋଲି ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳ ମୁଖ୍ୟତଃ ଭାରତ ମହାସାଗର ଏବଂ ଦକ୍ଷିଣ ଚୀନ ସାଗର ସମେତ ପଶ୍ଚିମ ଓ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରକୁ ନେଇ ଗଠିତ। ଦକ୍ଷିଣ ଚୀନ ସାଗରରେ ଚୀନର ଆଞ୍ଚଳିକ ଅଧିକାର ଜାହିର ଏବଂ ଭାରତ ମହାସାଗର ଅଞ୍ଚଳକୁ ଏହାର ଅଗ୍ରସର ଉକ୍ତ ଅଞ୍ଚଳ ପ୍ରତି ବିପଦ ସୃଷ୍ଟିକରିଛି। ଚୀନ ଉଭୟ ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗରରେ ଗତ କିଛିମାସ ହେଲା ତାହାର ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧିକରିଛି। ଚୀନ-ଭାରତ ସମ୍ପର୍କ ତିକ୍ତ ହେବାପରେ ଉକ୍ତ ଅଞ୍ଚଳରେ ଆମେରିକାର ବର୍ଦ୍ଧିତ ଉପସ୍ଥିତିକୁ ଦୃଷ୍ଟିରେ ରଖି ଚୀନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି।
ବ୍ରିଟେନର ଏଭଳି ଯୋଜନାକୁ ଜାପାନ ସ୍ୱାଗତ କରିଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ କିଶି ନୋବୁଓ କହିଛନ୍ତି ଯେ ଉକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ବ୍ରିଟେନ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ସେ ପୂର୍ଣ୍ଣ ଆଶାବାଦୀ ଅଛନ୍ତି। ନିକଟରେ ଅଷ୍ଟ୍ରେଲିଆର ସ୍ୱରାଷ୍ଟ୍ର ବ୍ୟାପାର ବିଭାଗ ସେକ୍ରେଟାରୀ ତଥା ଜଣେ ଶୀର୍ଷସ୍ତରର ନିରାପତ୍ତା ଅଧିକାରୀ ମାଇକ ପେଜୁଲେ କହିଥିଲେ ଯେ ଉକ୍ତ ଅଞ୍ଚଳରେ ଯୁଦ୍ଧ ସମ୍ଭାବନା ବୃଦ୍ଧିପାଇବାରେ ଲାଗିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories