ବସ ଧର୍ମଘଟ ପ୍ରତ୍ୟାହୃତ

0

ଭୁବନେଶ୍ୱର: ରାଜ୍ୟରେ ବସ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ସରକାର ସବୁ ନିଷ୍ପତି ମାନି ନେଇଥିବାରୁ ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ ଧର୍ମଘଟ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରେ ଘରୋଇ ବସ୍‌ ଚକା ଗଡିନଥିଲା। ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଓ ଯାତ୍ରୀ ହନ୍ତସନ୍ତ ହୋଇଥିଲେ  । ଅଟୋ ଓ ଟାକ୍ସି ଚାଳକମାନେ ସ୍ୱଭାବିକଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ମଙ୍ଗଳବାର ବସ୍‌ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବାବେଳେ ବୁଧବାର ରାଜ୍ୟ ସଚିବାଳୟଠାରେ ପୁଣି ଥରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା

Leave A Reply